ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ୩ ବିଜେପି ବିଧାୟକ ନିଲମ୍ବିତ

ଭୂବନେଶ୍ବର ୩।୪: ବିଧାନସଭାରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣାରେ ୩ ଜଣ ବିଜେପି ବିଧାୟକ ନିଲମ୍ବିତ ହୋଇଛି । ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ବିଜେପି ବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର ଓ ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି ।

ଆଜି ମଧ୍ୟାହ୍ନରେ ଗୃହରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ । ଅପରାହ୍ଣ ଅଧିବେଶନରେ ବାଚସ୍ପତି ଭିଡିଓ କ୍ଲିପିଂ ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିବା ସହ ଗୃହ ଛାଡ଼ି ଚାଲିଯିବାକୁ ରୁଲିଂ ଦେଇଛନ୍ତି । ବିଜେପିର ୩ ବିଧାୟକଙ୍କୁ ସସପେଣ୍ଡ କରାଯିବା ପରେ ସମସ୍ତ ବିଜେପି ବିଧାୟକ କକ୍ଷ ତ୍ୟାଗ କରି ଚାଲି ଯାଇଛନ୍ତି । ନିଲମ୍ବିତ କରିବା ଲାଗି ପ୍ରମିଳା ମଲ୍ଲିକ ଗୃହରେ ପ୍ରସ୍ତାବ ଆଣିଥିଲେ ।

ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବିଜେପି ବିଧାୟକ ଧାରଣା ଦେଇଛନ୍ତି । ନିଲମ୍ବିତ ବିଧାୟକ ମୋହନ ମାଝୀ କହିଛନ୍ତି- ମୁଁ ଚପଲ ଫିଙ୍ଗିନି, ହେଡଫୋନ୍ ଫିଙ୍ଗିବା କିଛି ଭୁଲ୍ ନୁହେଁ । ଅନ୍ୟପଟେ ଜୟନାରାୟଣ କହିଛନ୍ତି- ମୋତେ ମୋ ପକ୍ଷ ରଖିବାକୁ ସୁଯୋଗ ଦିଆ ନଯିବାରୁ ଡଷ୍ଟବିନ୍ ଫିଙ୍ଗିବାକୁ ବାଧ୍ୟ ହୋଇଥିଲି ।

Leave a Reply

Your email address will not be published. Required fields are marked *