ଭାରସାମ୍ୟ ହରାଇ ଓଲଟିଲା ପିକ୍ ଅଫ ଭ୍ଯାନ, ନୀଳମାଧବ ଅପେରା ପାର୍ଟିର ୭ ଜଣ ଗୁରୁତର

ବାଲେଶ୍ବର ୦୪/୦୪ : ( ସଂକେତ୍ ଟିଭି ) ପିକ୍ ଅଫ ଭ୍ଯାନ ରାସ୍ତା କଡକୁ ଓଲଟି ସାତ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଟିକିରାପାଳରେ । ସୂଚନା ଅନୁସାରେ ନୀଳମାଧବ ଅପେରା ପାର୍ଟିର ଆର୍ଟିଷ୍ଟମାନେ ଏକ ପିକ୍ ଅଫ ଭ୍ଯାନରେ ବାଲେଶ୍ବର ଆଡକୁ ଆସୁଥିବାବେଳେ ଡ୍ରାଇଭର ଗାଡି ଉପରୁ ନିଜ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଭ୍ୟାନଟି ରାସ୍ତା କଡକୁ ଓଲଟି ପଡିଥିଲା । ଗ୍ରାମବାସୀମାନେ ଭ୍ଯାନ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ । ଏହି ଦୁର୍ଘଟଣାରେ 7 ଜଣ ଆହତ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *