ବଲିଉଡ୍ ଅଭିନେତା ଗୋବିନ୍ଦା ଓ ଅକ୍ଷୟ କୁମାର କରୋନା ସଂକ୍ରମିତ

ମୁମ୍ବାଇ ୦୪/୦୪ : ବଲିଉଡରେ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି । ଅଭିନେତା ଅକ୍ଷୟ କୁମାର ଓ ଗୋବିନ୍ଦା କରୋନା ସଂକ୍ରମିତ ହୋଇଛନ୍ତି । ଗୋବିନ୍ଦା ଓ ଅକ୍ଷୟ କୁମାର ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ଘରେ ତାଙ୍କର ଚିକିତ୍ସା କରାଯାଉଛି ।

ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ମୁଖପାତ୍ର ସୂଚନା ଦେଇଛନ୍ତି । ଗୋବିନ୍ଦାଙ୍କ ଠାରେ କରୋନାର ସ୍ୱଳ୍ପ ଲକ୍ଷଣ ରହିଛି । ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଅଭିନେତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଛନ୍ତି । ଏଥିସହ ଶୀଘ୍ର ଠିକ୍ ହେବା ନେଇ ଗୋବିନ୍ଦା ତାଙ୍କର ଫ୍ୟାନ୍ସଙ୍କ ଠାରୁ ଆଶୀର୍ବାଦ ମାଗିଛନ୍ତି ।

ରିପୋର୍ଟ ଅନୁସାରେ, ଗୋବିନ୍ଦା ରବିବାର ସକାଳେ କୋଭିଡ୍ ଟେଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପରିବାରର ଅନ୍ୟ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି । ଗୋବିନ୍ଦାଙ୍କ ପୂର୍ବରୁ ଅକ୍ଷୟ କୁମାର କୋଭିଡ୍ ସଂକ୍ରମିତ ହୋଇଥିଲେ । ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ସୂଚନା ଦେଇଥିଲେ । ସେ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି ।

ସେହିପରି କରୋନାରେ ସଂକ୍ରମିତ ଥିବା ଅକ୍ଷୟ ସୋସିଆଲ ମିଡିଆରେ ଜରିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ସେ ଆଜି ସକାଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କହିଛନ୍ତି । ଏହା ପରେ ସେ ସମସ୍ତ ପୋର୍ଟକଲ ମାନି ନିଜକୁ ଆଇସୋଲେସନ୍‌ରେ ରଖିଛନ୍ତି । ଏଥିସହିତ ଆବଶ୍ୟକ ମେଡିସିନ ମଧ୍ୟ ସେବନ କରିଛନ୍ତି । ଯେଉଁ ମାନେ ଗତ କିଛି ଦିନ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ ନିଜ ନିଜ କରୋନା ଟେଷ୍ଟ କରାଇନେବାକୁ ସେ ନିବେଦନ କରିଛନ୍ତି । ଏଥିସହିତ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି କହିଛନ୍ତି ।