ଶାଳ ଗଛରେ ପିଟିହେଲା କୁକୁଡ଼ା ବୋଝେଇ ଭ୍ୟାନ୍, ଡ୍ରାଇଭର ମୃତ
ବାରିପଦା ୦୪/୦୪ : ( ସଂକେତ୍ ଟିଭି ) ଗଛରେ ପିଟିହେଲା କୁକୁଡ଼ା ବୋଝେଇ ଭ୍ୟାନ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାକୁରମୁଣ୍ଡା ରୋଡ ଚାଇଁବାଇଁଶି ପଟ୍ରୋଲ ପମ୍ପ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, କେନ୍ଦୁଝର ଅଞ୍ଚଳର ବିଜୟ ଲୋହାର କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ଟି କପିଳାସରୁ କରଞ୍ଜିଆ ଦେଇ ଠାକୁରମୁଣ୍ଡା ଆସୁଥିଲେ । ଠିକ୍ ଏହି ସମୟରେ କରଞ୍ଜିଆ ଠାକୁରମୁଣ୍ଡା ରୋଡ ଚାଇଁବାଇଁଶି ପଟ୍ରୋଲ ପମ୍ପ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଏକ ଶାଳ ଗଛରେ ପିଟି ହୋଇଥିଲା । ଯାହାଫଳରେ ଭ୍ଯାନ ଡ୍ରାଇଭର ବିଜୟ ଲୋହାରଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ହେଲପରଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଠାକୁରମୁଣ୍ଡା ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।