ପୋଲିସର ଅତର୍କିତ ଚଢାଉ ଦେଖି ଷ୍ଟେଜ ଛାଡ଼ି ଦୌଡି ପଳାଇଲେ ବଲିଉଡ ସିଙ୍ଗର ଜୁବିନ ନୌଟିଆଲ

ବାଲେଶ୍ବର ,୫/୪ : ( ସଂକେତ୍ ଟିଭି) ବାଲେଶ୍ବର ସତ୍ଯ ସାଇ ଇଂଜିନିୟରିଂ କଲେଜରେ ଚାଲିଥିଲା ବଲିଉଡ୍‌ର ଷ୍ଟାର ସିଙ୍ଗର୍‌ ଜୁବିନ୍‌ ନୌଟିଆଲଙ୍କ ମ୍ୟୁଜିକାଲ୍‌ ନାଇଟ୍‌ । ହେଲେ ଏହି ସମୟରେ ପୋଲିସ ଚଢାଉ କରିଥିଲା । ଏହା ଦେଖି ମଞ୍ଚ ପଛପଟକୁ ଦୌଡ଼ି ପଳାଇଥିଲେ ଜୁବିନ୍।

ସୂଚନା ଅନୁସାରେ, ଗତ ଶୁକ୍ରବାର ରାତିରେ ବାଲେଶ୍ବର ଚାନ୍ଦିପୁରଠାରେ ସତ୍ଯସାଇ ଇଂଜିନିୟରିଂ କଲେଜ ପରିସରରେ ତ୍ୟସାଇ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍ସର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସନ୍ଧ୍ୟା ଥିଲା। ଏହି ସଂଧ୍ଯାରେ ବଲିଉଡ୍‌ର ଷ୍ଟାର ସିଙ୍ଗର୍‌ ଜୁବିନ୍‌ ନୌଟିଆଲ ଯୋଗଦେଇଥିଲେ । ଜୁବିନ୍‌ ରାତି ପ୍ରାୟ ୧୧ଟା ସମୟରେ ମଞ୍ଚ ଉପ‌ରକୁ ଆସି ଗୀତ ଗାଇବା ଆରମ୍ଭ କରୁ କରୁ ପୋଲିସ ଫୋର୍ସ ମଂଚ ଉପରକୁ ଚଢିଆସିଥିଲା । ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ କହିବା ପରେ ଜୁବିନ୍‌ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ ଏବଂ ତୁରନ୍ତ ମଞ୍ଚ ପଛପଟକୁ ଦୌଡ଼ି ପଳାଇଥିଲେ।

ଅନୁଷ୍ଠାନର ନିର୍ଦ୍ଦେଶକ ବେଣୁମାଧବ ପଣ୍ଡା ନିଜ ପ୍ରତିକ୍ରିୟା ରଖି କହିଛନ୍ତି, କାର୍ଯ୍ୟକ୍ରମ ପାଇଁ ପ୍ରଶାସନଠାରୁ ଅନୁମତି ନିଆଯାଇଥିବାବେଳେ କୋଭିଡ୍‌ ଗାଇଡ୍‌ଲାଇନକୁ ମାନିଥିଲୁ। ହେଲେ ଜୁବିନ୍‌ଙ୍କ ଆସିବା ବହୁ ବିଳମ୍ବ ହୋଇଥିଲା। ତେଣୁ ପୋଲିସ କହିବା ପରେ ମ୍ୟୁଜିକାଲ୍‌ ନାଇଟ୍‌କୁ ବନ୍ଦ କରି ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *