ଭୂମି ପେଡନେକର ଏବଂ ବିକି କୌଶଲ କରୋନା ସଂକ୍ରମିତ

ମୁମ୍ବାଇ, ୫।୪: ବଲିଉଡ୍ ଅଭିନେତ୍ରୀ ଭୂମି ପେଡନେକର ଏବଂ ବିକି କୌଶଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଉଭୟେ ବର୍ତ୍ତମାନ ଘରେ ସଙ୍ଗରୋଧରେ ରହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସେମାନେ ଅନୁରୋଧ କରିଛନ୍ତି ଯେ ସେମାନେ ମଧ୍ୟ ନିଜର କରୋନା ପରୀକ୍ଷା କରି ସତର୍କତା ଅବଲମ୍ବନ କରନ୍ତୁ।

ବିକି ଲେଖିଛନ୍ତି ଯେ, “ସମସ୍ତ ଯତ୍ନ ଏବଂ ସତର୍କତା ସତ୍ବେ, ଦୁର୍ଭାଗ୍ୟବଶତଃ ମୁଁ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ଜରୁରୀ ନିର୍ଦ୍ଦେଶାବଳୀ ଅନୁସରଣ କରି ମୁଁ ମୋର ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରୁଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ତୁରନ୍ତ କରୋନା ପରୀକ୍ଷା କରିବାକୁ ଏବଂ ନିରାପଦରେ ରହିବାକୁ ଅନୁରୋଧ କରିଛନ୍ତି ବିକି।

ଭୂମି ସୋସିଅଲ ମିଡ଼ିଆରେ ସୂଚନା ଦେଇଛନ୍ତି ଯେ ସେ କରୋନା ସଂକ୍ରମିତ ହୋଇଛନ୍ତି। ପଜିଟିଭ୍ ଆସିବା ପରେ ସେ ନିଜକୁ ଆଇସୋଲେଟ କରିଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *