ପିପିଲି ଉପନିର୍ବାଚନ ପୂର୍ବରୁ ବାଇକ୍ ଆରୋହୀଙ୍କ ଠାରୁ ଜବତ ହେଲା ନଗଦ ୫୦ ଲକ୍ଷ ଟଙ୍କା

ଭୂବନେଶ୍ବର, ୫।୪: ଉପନିର୍ବାଚନ ପୂର୍ବରୁ ପିପିଲି ଅଞ୍ଚଳରୁ ଜବତ ହୋଇଛି ୫୦ ଲକ୍ଷ ଟଙ୍କା । ତରାକାଜ ଛକରୁ ପୋଲିସ ଚେକିଂ ବେଳେ ବାଇକ୍ ଆରୋହୀଙ୍କଠାରୁ ଏହି ଟଙ୍କା ଜବତ ହୋଇଛି ।

ସୂଚନା ଅନୁସାରେ, ପିପିଲି ତରାକାଜ ଛକରେ ପୋଲିସ ଚେକିଂ ଚାଲିଥିଲା । ଗୋଟିଏ ମୋଟର ସାଇକେଲରେ ଯାଉଥିବା ବେଳେ ୨ ଜଣ ବ୍ୟକ୍ତିଙ୍କୁ ରୁଟିନ୍‌ ଯାଞ୍ଚ ପାଇଁ ପୋଲିସ ଅଟକାଇଥିଲା । ସେମାନେ ନଅଟକିବାରୁ ପରେ ପୋଲିସ ପିଛା କରିଥିଲା । ତେବେ ତାଙ୍କୁ ଯାଞ୍ଚ ବେଳେ ସେମାନଙ୍କ ପାଖରୁ ମିଳିଛି ନଗଦ ୫୦ଲକ୍ଷ ଟଙ୍କା । ଦୁଇ ବାଇକ୍‌ ଆରୋହୀଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ଘର ବଳଙ୍ଗା ଅଞ୍ଚଳରେ । ଟଙ୍କା ସହ ପଲ୍‌ସର ବଇକ ମଧ୍ୟ ଜବତ ହୋଇଛି । ତେବେ ଟଙ୍କା କିଏ ଓ କେଉଁଆଡ଼େ ପଠାଉଥିଲେ ସେନେଇ ଖୋଳତାଡ କରୁଛି ପୋଲିସ । ଅଟକ ଯୁବକଙ୍କୁ ପଚରାଉଚରା କରାଯାଉଛି ।

ସେପଟେ ଏହି ଟଙ୍କା ଜବତ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟିଲା ବିଜୁ ଜନତା ଦଳ । ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି । ବିଜେପିର ଦୁଇ ନେତା ୫୦ଲକ୍ଷ ଟଙ୍କା ନେଇ ଯାଉଥିବା ବିଜେଡି ନେତା ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି । ଉପ-ନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସସ୍ମିତ ପାତ୍ର, ଲେନିନ ମହାନ୍ତି , ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସିଇଓଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *