ରାଜ୍ଯରେ ବଦଳିଲା ଟିକା ଦେବାର ସମୟ

ଭୁବନେଶ୍ଵର ୦୫।୦୪: ଓଡିଶାରେ ବଦଳିଲା ଟିକା ଦେବାର ସମୟ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏବେ ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ଯାଏ ଲୋକଙ୍କୁ ଦିଆଯିବ ଟିକା । ଏନେଇ ସମସ୍ତ ଜିଲ୍ଲାପାଳ, କମିଶନର ଓ CDMOଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍‌ ପ୍ରଦିପ୍ତ ମହାପାତ୍ର ଚିଠି ଲେଖିଛନ୍ତି ।

ଏହାସହ ସବୁ ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷାଳୟ ଓ ପିଇବା ପାଣି ବ୍ୟବସ୍ଥା ହେବ । ସବୁଠି କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ରହିଛି । ଦୈନିକ ଟିକାକରଣର ରିପୋର୍ଟ ସଂଧ୍ୟା ୬ଟା ୩୦ ସୁଦ୍ଧା ଦେବାକୁ ନିର୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସରକାରୀ ମାର୍ଗଦର୍ଶିକା ମୁତାବକ, ୧୯୭୭ ମସିହା ଜାନୁଆରୀ ୧ ପୂର୍ବରୁ ଜନ୍ମିତ ପ୍ରତ୍ୟେକ ଲୋକ ତୃତୀୟ ପର୍ଯ୍ୟାୟରେ ଟିକା ନେଇପାରିବେ । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଦୂରାରୋଗରେ ପୀଡ଼ିତ ଥିବା ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ଏବଂ ୬୦ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳିଥିଲା ।

Leave a Reply

Your email address will not be published. Required fields are marked *