ରାଜ୍ଯର ୧୦ଟି ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଭୁବନେଶ୍ଵର ୦୫।୦୪: ଆଜି ରାତି ୧୦ରୁ ରାଜ୍ଯର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏହି କର୍ଫ୍ଯୁ ଜାରି କରାଯାଇଛି । ରାତି ୧୦ ଟାରୁ ସକାଳ ୫ଟା ଯାଏଁ ରହିବ ଏହି କଟକଣା ରହିବ ।

ବିଶେଷ କରି ଯେଉଁ ଜିଲ୍ଲାଗୁଡିକ ଛତିଶଗଡ଼ ସୀମାକୁ ଲାଗିଛନ୍ତି, ସେହି ଜିଲ୍ଲାରେ କଟକଣା ଜାରି କରାଯାଇଛି । ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ବେଳେ କିଛି ଜିନିଷ ଉପରେ ରହିବ କଟକଣା । ଦୋକାନ ବଜାର ବନ୍ଦ ରହିବ, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ନାହିଁ । ଅଫିସ, ଅନୁଷ୍ଠାନ, ବ୍ୟକ୍ତିଗତ ଯାତାୟତ ଉପରେ କଟକଣା ଲାଗିଛି । ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ । ତେବେ ନାଇଟ୍ କର୍ଫ୍ୟୁ ବେଳେ ସାଧାରଣ ପରିବହନକୁ ଅନୁମତି ଦିଆଯାଇଛି । ରେଳ ଷ୍ଟେସନ, ଏୟାର ପୋର୍ଟ, ବସଷ୍ଟାଣ୍ଡକୁ ଯିବା ଆସିବା ଉପରେ କଟକଣା ନାହିଁ, ଏହିସବୁ ସ୍ଥାନକୁ ଯାତ୍ରୀ ଯିବା ଆସିବା କରିପାରିବେ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମୁନିସିପାଲିଟି କର୍ମଚାରୀ, ପୋଲିସ, ଡାକ୍ତର, ପାରାମେଡିକାଲ କର୍ମଚାରୀ, ସରକାରୀ ଅଧିକାରୀଙ୍କୁ ନାଇଟ କର୍ଫ୍ୟୁ କଟକଣାରୁ ବାଦ୍ ଦିଆଯାଇଛି ।

Leave a Reply

Your email address will not be published. Required fields are marked *