ବାଇକ୍ ଡିକିରୁ ଚୋରୀ କରୁଥିଲେ ଗହଣା, ଧରାପଡି ନିସ୍ତୁକ ମାଡ ଖାଇଲେ ୨ ଚୋର

ବାଲିଆପାଳ ୦୬।୦୪ : ( ଉମାକାନ୍ତ ନାୟକ) ଚୋରି କରୁଥିବା ବେଳେ ଦୁଇଜଣ ଚୋରଙ୍କୁ ଧରି ନିସ୍ତୁକ ମାଡ ମାରିଲେ ସ୍ଥାନୀୟ ଲୋକେ । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ମାର୍କେଟରେ ।

ସୂଚନା ମୁତାବକ, ବାଲିଆପାଳ ଥାନା ସିମୁଳିଆ ମାର୍କେଟରେ ଜନୈକ ଗହଣା ଦୋକାନୀଙ୍କ ବାଇକ୍ ଡିଗିରୁ ଗହଣା ଚୋରି କରୁଥିବା ବେଳେ ଦୁଇଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ଧରିଥିଲେ । ଏହା ସହିତ ତାଙ୍କୁ ନିସ୍ତୁକ ମାଡ ମାରିବା ସହିତ ବାଲିଆପାଳ ଥାନା କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁଇଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *