ବାଲକୋନୀରେ ନଗ୍ନ ଅବସ୍ଥାରେ ଫଟୋ ଓ ଭିଡିଓ ସୁଟ୍ କରି ୧୧ ମହିଳା ଗିରଫ

ଦୁବାଇ ୬।୪: ବାଲକୋନୀରେ ଉଲଗ୍ନ ଅବସ୍ଥାରେ ଫଟୋ ଓ ଭିଡିଓ ସୁଟ୍ କରି ଗୋଟିଏ ମହିଳା ଗ୍ଯାଙ୍ଗ ଆଇନ ଉଲ୍ଲଂଘନ କରି ମରିନା ଜିଲ୍ଲା ଦୁବାଇରେ ଗିରଫ ହୋଇଛନ୍ତି।
ସର୍ବସାଧାରଣରେ ନଗ୍ନ ଫଟୋସୁଟ କରିବା ପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା।

ସୂଚନା ଅନୁସାରେ, ଶନିବାର ଦିନ ଏହି ଫଟୋସୁଟର ଭିଡିଓ ଫୁଟେଜ ଅନଲାଇନରେ ପ୍ରକାଶ ପାଇଥିଲା । ଯେଉଁଥିରେ ମହିଳାମାନେ ବାଲକୋନୀରେ ଫଟୋ ଉଠାଉଥିବାର ଦେଖାଯାଇଛି।

ତେବେ ଏହି ଫଟୋ ସୁଟ୍ କରୁଥିବା 11 ଜଣ ମହିଳା ୟୁକ୍ରେନର ଥିଲେ ବୋଲି କୁହାଯାଇଛି । ଏଥିରେ ଜଣେ ଋଷର ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିଲା, ଯିଏ 18 ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗୁଛନ୍ତି।

ସାର୍ବଜନୀନ ଅଙ୍ଗ ପ୍ରଦର୍ଶନ କଲେ ଦୁବାଇରେ 6 ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ 5,000 ହଜାର ଦିରହମ୍ (ପ୍ରାୟ 1 ଲକ୍ଷ ଟଙ୍କା) ଜୋରିମାନା ରହିଛି।

ପୋଲିସର ବିବୃତ୍ତିରେ କୁହାଯାଇଛି ଯେ ଏଭଳି ଆଚରଣ ଏମିରେଟ୍ ସମାଜରେ ଆଦୌ ଗ୍ରହଣୀୟ ନୁହେଁ।

ପୋଲିସ କହିଛି ଯେ ଦେଶରେ ରହୁଥିବା କିମ୍ବା ପରିଦର୍ଶନ କରୁଥିବା ସମସ୍ତଙ୍କ ପାଇଁ ସ୍ଥାନୀୟ ଆଇନ ଲାଗୁ ହେବ ଏବଂ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏକ ସ୍ବତନ୍ତ୍ର ଆଇନ କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *