ବାଲେଶ୍ବର ଜିଲ୍ଲାପରିଷଦ ଉପ ନିର୍ବାଚନ ଉପରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ…

ବାଲେଶ୍ବର ୦୬।୦୪: ( ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲାରେ ହେବାକୁ ଥିବା ଜିଲ୍ଲାପରିଷଦ ଉପ ନିର୍ବାଚନ ଉପରେ ଆଜି ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ବସ୍ତା-15 ଜିଲ୍ଲା ପରିଷଦ ଜୋନରେ ହେବାକୁ ଥିବା ଉପ ନିର୍ବାଚନ ସଂପର୍କରେ ଦିଆଯାଇଥିବା ଏକ ପିଟିସନ ଉପରେ ବିଚାର କରି ଜଷ୍ଟିସ ବିଶ୍ବନାଥ ରଥ ରାୟ ଦେଇଛନ୍ତି ଯେ, ଏହି ଜୋନରେ ମତଦାନ ଅନୁଷ୍ଠିତ ହେବ କିନ୍ତୁ ଫଳାଫଳ ପ୍ରକାଶ ପାଇପାରିବ ନାହିଁ । କୋର୍ଟଙ୍କ ବିନା ଅନୁମତି ଏହି ଫଳାଫଳ ପ୍ରକାଶ ପାଇପାରିବ ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି ।

ବାଲେଶ୍ବର ଜିଲ୍ଲା ପରିଷଦରେ ସମୁଦାୟ 45 ଜଣ ସଦସ୍ଯ ରହିଥାନ୍ତି । ବର୍ତ୍ତମାନ ଏହି ଜିଲ୍ଲା ପରିଷଦରେ 43 ଜଣ ସଦସ୍ଯ ଥିବାବେଳେ ଦୁଇଟି ସଦସ୍ଯଙ୍କ ପଦବୀ ଖାଲି ରହିଛନ୍ତି । ଖାଲି ଥିବା ବସ୍ତା ବ୍ଲକ 15 ନଂ ଜୋନ୍‌ ଓ ଭୋଗରାଇ ବ୍ଲକ 34 ନଂ ଜୋନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ବସ୍ତା-15 ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବା ବିରୁଦ୍ଧରେ ହାଇକୋର୍ଟରେ ଏକ ପିଟିସନ ଦିଆଯାଇଥିଲା । ଏହି ପିଟିସନ ଉପରେ ତର୍ଜମା କରି ହାଇକୋର୍ଟ କହିଛନ୍ତି ଯେ ବର୍ତ୍ତମାନ ଜିଲ୍ଲାପରିଷଦର କାର୍ଯ୍ଯକାଳ ଆଉ ମାତ୍ର 8 ମାସ ବାକି ଅଛି । ଜିଲ୍ଲାପରିଷଦରେ କୋରମ ପାଇଁ ଯଥେଷ୍ଟ ସଂଖ୍ଯକ ସଦସ୍ଯ ଥିବାରୁ ଏହି ଉପ-ନିର୍ବାଚନର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।

ତେବେ ଯେହେତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ତେଣୁ ମତଦାନ କରିବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି । ହେଲେ ଏହି ନିର୍ବାଚନର ଫଳାଫଳ ବିନା ଅନୁମତିରେ ପ୍ରକାଶ ନ କରିବା କୋର୍ଟ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *