ଶେରଗଡ ଟୋଲ୍ ପ୍ଲାଜାକୁ ଠିକାରେ ନେଲା ଏମଇପି ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ

ବାଲେଶ୍ବର ୦୬/୦୪ : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ଶେରଗଡଠାରେ ଥିବା ଟୋଲ ପ୍ଲାଜକୁ ଏମଇପି ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ଗୋଟିଏ ବର୍ଷ ପାଇଁ ଠିକାରେ ନେଇଛି । ଆଜିଠାରୁ ଏହି ଟୋଲ ପ୍ଲାଜାରେ କମ୍ପାନୀ ଉପଭୋକ୍ତା ଫି ସଂଗ୍ରହ ପ୍ରକଳ୍ପ ପାଇଁ ଟୋଲ୍ ଅପରେସନ୍ ଆରମ୍ଭ କରିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କଠାରୁ ଏହି ଟୋଲ ଅପରେସନ ପାଇଁ ଏମଇପି ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ଗତକାଲି ଓ୍ବାର୍କ ଅର୍ଡର ପାଇଥିଲା । ଏହି ଚୁକ୍ତିନାମା ଏକ ବର୍ଷ ପାଇଁ ଅର୍ଥାତ ଆସନ୍ତା ବର୍ଷ ଏପ୍ରିଲ 6 ତାରିଖ ପର୍ଯ୍ଯନ୍ତ ଲାଗୁ ରହିବ ।

Leave a Reply

Your email address will not be published. Required fields are marked *