ବାଲେଶ୍ବର ସିପେଟ୍ ରେ ବ୍ଯାପିଲା କରୋନା, ହଷ୍ଟେଲରୁ ୩ ସଂକ୍ରମିତ ଚିହ୍ନଟ

ବାଲେଶ୍ବର ୦୬।୦୪: ( ସଂକେତ୍ ଟିଭି) ବାଲେଶ୍ବର ଉପକଣ୍ଠ ବାମପଦାସ୍ଥିତ ସିପେଟ ରେ ତିନି ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ଏହି ତିନି ଜଣଙ୍କ ମଧ୍ଯରୁ ଜଣେ ଛାତ୍ରୀ ରହିଥିବାବେଳେ ଅନ୍ଯ ଦୁଇ ଜଣ ଛାତ୍ର ଅଛନ୍ତି । ଏମାନେ ହଷ୍ଟେଲରେ ରହୁଥିଲେ । ତେବେ ଏମାନଙ୍କର କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କର ଏଣ୍ଟିଜେନ ଟେଷ୍ଟ କରାଯାଇଥିଲା । ତେବେ ତାଙ୍କର ପଜିଟିଭ ବାହାରି ଥିବା ଜଣାପଡିଛି । ତିନି ଜଣ ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଭିଭାବକମାନେ ଘରକୁ ନେଇ ସଂଘରୋଧରେ ରଖିଥିବା ସିପେଟ୍ ପକ୍ଷରୁ କୁହାଯାଉଛି ।

ତେବେ ବାଲେଶ୍ବର ସହରରେ ଧିରେ ଧିରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବାବେଳେ ଏବେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ମଧ୍ଯ ସଂକ୍ରମଣ ବଢିବାରେ ଲାଗିଛି । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ ଲାଇନକୁ କଡାକଡି କରାନଗଲେ ଆଗାମୀ ଦିନରେ କରୋନା ସଂକ୍ରମଣ ବ୍ଯାପିବାର ଆଶଂକା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *