କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିଲେ ବିଜେପି କର୍ମୀ

ନୀଳଗିରି ୦୭।୦୪ : ( ସଂକେତ ଟିଭି) କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାଁ ନଥିବାରୁ ଫଳକ ଭାଙ୍ଗିଲେ ବିଜେପି କର୍ମୀ । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ।

ସୂଚନା ଅନୁସାରେ, ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ନୀଳଗିରି ଉପଖଣ୍ଡ ହସ୍ପିଟାଲରେ ଚାରୋଟି ଶଯ୍ୟା ବିଶିଷ୍ଟ କେବିନ ଗୃହ ନିର୍ମାଣ କରାଯାଇଥିଲା। ଏହାର ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ନୀଳଗିରି ବିଧାୟକ ଓ ମୁଖ୍ୟଅତିଥି ଭାବେ ଏସଡିଏମଓ, ସମ୍ମାନ୍ନିତ ଅତିଥିଭାବେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ ଏସଡିଏମଓ ଅଜୟ କୃଷ୍ଣ ସାମଲ ଙ୍କ ନାଁ ରହିଥିଲା।

ତେବେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ନାଁ ନଥିବାରୁ ତାଙ୍କ ସମର୍ଥକମାନେ ଗଭୀର ଉଦବେଗ ପ୍ରକାଶ କରି ଏସଡିଏମଓ ଙ୍କୁ ଘେରିଥିଲେ। ପରେ ଲାଗିଥିବା ଫଳକକୁ କେନ୍ଦ୍ରମନ୍ତ୍ରୀ ଙ୍କ ସମର୍ଥକ ଆସି ଭାଙ୍ଗିଦେଇଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଁଚି ଘଟଣାର ଅନୁଧ୍ୟାନ କରୁଛି।

Leave a Reply

Your email address will not be published. Required fields are marked *