ଅକ୍ସଫୋର୍ଡ ଇଂଜିନିୟରିଂ କଲେଜକୁ ସିଲ୍ କଲା ବିଏମସି

ଭୁବନେଶ୍ବର ୭।୪: କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ବର ପଲ୍ଲାସପଲ୍ଲୀସ୍ଥିତ ଅକ୍ସଫୋର୍ଡ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟ କଲେଜକୁ ସିଲ୍ କରିଛି ବିଏମସି । କଲେଜ କର୍ତ୍ତୃପକ୍ଷ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରୁନଥିବାରୁ ବିଏମସି ସିଲ୍ କରିଥିବା ଜଣାପଡ଼ିଛି । ମଙ୍ଗଳବାର ବିଏମସି କର୍ତ୍ତୃପକ୍ଷ ସମାନ ଅଭିଯୋଗରେ ସିଲିକନ୍ ଇନଷ୍ଟିଚ୍ୟୁଟକୁ ମଧ୍ୟ ସିଲ୍ କରି ଦେଇଥିଲେ । ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ ଅଣୁମାଧବ ପଣ୍ଡା ଏହି କଲେଜର ଚେୟାରମ୍ଯାନ ଅଛନ୍ତି ।

ସେହିପରି ଜନପଥସ୍ଥିତ ରାମ ମନ୍ଦିର ଫଙ୍କସନ୍ ହଲରେ ଏକ ଜନ୍ମଦିନ ଉତ୍ସବ ପାଳନ ବେଳେ ବିଏମସି ପକ୍ଷରୁ ଚଢ଼ାଉ କରାଯାଇଥିଲା । ବିଏମସିର ବିନା ଅନୁମତିରେ ଜନ୍ମଦିନ ଉତ୍ସବ ପାଳନ କରାଯାଉଥିବାରୁ ରାମ ମନ୍ଦିର କାର୍ଯ୍ୟକ୍ରମ ହଲକୁ ସିଲ୍ କରି ଦେଇଛି ବିଏମସି । ଏଥିସହ ଜନ୍ମଦିନ ଉତ୍ସବ ଆୟୋଜନକାରୀଙ୍କୁ ବିଏମସି ୫ ହଜାର ଟଙ୍କା ଜରିମାନା କରିଛି । ବିଏମସି ଠାରୁ ଅନୁମତି ନେଇ କାର୍ଯ୍ୟକ୍ରମ ଆୟୋଜନ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *