ରାୟପୁରରେ ଲାଗୁ ହେଲା ୧୧ ଦିନିଆ ଲକଡାଉନ୍

ରାୟପୁର ୭।୪: ଛତିଶଗଡ଼ ରାଜଧାନୀ ରାୟପୁରରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଏପ୍ରିଲ୍ ୯ ତାରିଖରୁ ଏପ୍ରିଲ୍ ୧୯ ତାରିଖ ଯାଏ ଲକଡାଉନ୍ ଲାଗୁ କରାଯାଇଛି । ରାୟପୁର ଜିଲ୍ଲାରେ ଲକଡାଉନ୍ ଲାଗୁ କରାଯାଇଥିବା ନେଇ ସ୍ଥାନୀୟ ଜିଲ୍ଲାପାଳ ଭାରତୀ ଦସନ ସୂଚନା ଦେଇଛନ୍ତି ।

ଏପ୍ରିଲ୍ ୯ ତାରିଖ ସନ୍ଧ୍ୟା ୬ଟାରୁ ୧୯ ଏପ୍ରିଲ୍ ୧୯ ସକାଳ ୬ଟା ଯାଏ ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବ । ୧୧ ଦିନିଆ ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାକୁ ଅନୁମତି ଦିଆଯାଇଛି ।

ଗତ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ କରୋନା ସଂକ୍ରମଣ ମାମଲାରେ ତୀବ୍ର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ରାଜ୍ୟରେ କରୋନାର ୯ ହଜାର ୯୨୧ ମାମଲା ଚିହ୍ନଟ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ଗତ ବର୍ଷ ମାର୍ଚ୍ଚରେ ସଂକ୍ରମଣ ଆରମ୍ଭ ହେବା ପରଠାରୁ ସର୍ବାଧିକ ଦିନିକିଆ ବୃଦ୍ଧି ପାଇଛି।

ଏହାପୂର୍ବରୁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜ୍ୟରେ କୋଭିଡ -19 ରୋଗୀଙ୍କ ପାଇଁ ଡାକ୍ତରଖାନା ଶଯ୍ୟା ଉପଲବ୍ଧ ହେବା ନିଶ୍ଚିତ କରିଛନ୍ତି।

ରାଜ୍ୟରେ କରୋନାଭାଇରସ୍ ରୋଗ ଏବଂ ମୃତ୍ୟୁ ହାର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ଘରୁ ବାହାରକୁ ନ ଯାଆନ୍ତୁ ଏବଂ କୋଭିଡ୍ ଗାଇଡ୍ ଲାଇନ ପାଳନ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *