ଥାନା ଭିତରେ ପଶି ପତିପତ୍ନୀଙ୍କୁ ହାଣିଲେ ଦୁର୍ବୁତ୍ତ..

ବାଲେଶ୍ବର ୦୭।୦୪ : ( ସଂକେତ ଟିଭି) ଥାନା ଭିତରେ ପଶି ପତିପତ୍ନୀଙ୍କୁ ହାଣିଲେ ଗୋଟିଏ ଗୋଷ୍ଠୀର ଲୋକ । ଥାନାକୁ ଅଭିଯୋଗ ନେଇ ଥାନାକୁ ଆସିଥିବା ପତିପତ୍ନୀଙ୍କୁ ହାଣିଲେ ୧୫୦ରୁ ଅଧିକ ଲୋକ । ଏହା ସହିତ ଥାନାରେ ମଧ୍ଯ ଭଙ୍ଗାରୁଜା କରିଛନ୍ତି । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରେମୁଣା ଥାନାରେ ।

ସୂଚନା ଅନୁସାରେ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତ କାଲି ରାତି ପ୍ରାୟ ୧୧ଟା ପରେ ନିଆଁପୁରର ବାଦଲ ଦାସ ତାଙ୍କ ବାପା ରଘୁନାଥ ଦାସ ଓ ମା ପ୍ରମିତା ଦାସଙ୍କ ଆସି କିଛି ଲୋକ ତାଙ୍କ ଘର ଭାଙ୍ଗୁଥିବା ରେମୁଣା ଥାନାରେ ଅଭିଯୋଗ କରିଥିଲେ ।

ଏହି ସମୟରେ ଉକ୍ତ ଅପରପକ୍ଷର ପ୍ରାୟ ୧୫୦ ଲୋକ ସେମାନଙ୍କ ପିଛା କରି ଥାନାରେ ପହଞ୍ଚିଥିଲେ। ଭିଡକୁ ଦେଇ ଅଭିଯୋଗକାରୀଙ୍କୁ ପୋଲିସ ଗେଟ ବନ୍ଦ କରି ଥାନା ମଧ୍ୟରେ ପଶାଇ ଦେଇଥିଲା। ହେଲେ ଗୋଟିଏ ପକ୍ଷକୁ ଥାନା ଭିତରେ ପଶି କାଚ କବାଟ ଭାଙ୍ଗିବା ସହିତ ଥାନା ଭଙ୍ଗାରୁଜା କରିବା ସହ ତେଲେଙ୍ଗା କଟୁରିରେ ଉଭୟ ରଘୁନାଥ ଦାସ ଓ ତାଙ୍କ ପତ୍ନୀ ପ୍ରତିମାଙ୍କୁ ଆକ୍ରମଣ କରିଥିଲେ।

ନିଆଁବାଗ, ଅଙ୍ଗାରପୁର ଗାଁକୁ ପୋଲିସ୍‌ ଯାଇଥିବା ବେଳେ ତାହା ପୁରୁଷଶୂନ୍ୟ ହୋଇଯାଇଛି। ପୋଲିସ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସେପଟେ ଗୋଟିଏ ଗୋଷ୍ଠୀର ଲୋକ ଏହି ଆକ୍ରମଣ ପ୍ରତିବାଦରେ ଥାନା ଆଗରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାବେଳେ ଘଟଣାସ୍ଥଳରେ ଅଧିକ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *