ସମଗ୍ର ରାଜ୍ଯରେ ନାଇଟ୍ କର୍ଫ୍ୟୁ ଜାରି କଲେ ପଞ୍ଜାବ ସରକାର

ଚଣ୍ଡିଗଡ ୭।୪: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପଞ୍ଜାବରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି । ଏହା ପୂର୍ବରୁ ୧୨ ଟି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଥିଲା। ମାତ୍ର ଏବେ ମୁଖ୍ଯମନ୍ତ୍ରୀ ଅମରିନ୍ଦର ସିଂ ସମଗ୍ର ରାଜ୍ୟରେ ରାତି ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଜାରି କରିବାକୁ ଘୋଷଣା କରିଛନ୍ତି।

ରାଜ୍ୟରେ କୋଭିଡ-୧୯ ମାମଲା ବଢିବାରେ ଲାଗିଥିବାରୁ ବୁଧବାରଠାରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜନୈତିକ ସମାବେଶ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ।

ଘର ଭିତରେ ଅନ୍ତିମ ସଂସ୍କାର, ଶବଦାହ ସମାରୋହ କିମ୍ବା ବିବାହ ଉତ୍ସବରେ କେବଳ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି। ଏହି କାର୍ଯ୍ୟଗୁଡ଼ିକ ପାଇଁ ସମାବେଶ, ଯଦି ବାହାରେ ସଂଗଠିତ ହୁଏ ତେବେ ସେଥିରେ ୧୦୦ ଜଣଙ୍କୁ ଅନୁମତି ଦିଆଯିବ।

ପଞ୍ଜାବ ସରକାର ମଧ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଥିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।

Leave a Reply

Your email address will not be published. Required fields are marked *