ଧରାପଡ଼ିଲେ ବ୍ରାଉନ୍‌ସୁଗର ବିକୁଥିବା ମହିଳା..

ବାଲେଶ୍ବର ୦୭।୦୪ : ( ସଂକେତ ଟିଭି) ମହିଳାଙ୍କଠାରୁ ଜବତ ହେଲା ବ୍ରାଉନସୁଗର । ବାଲେଶ୍ବର ସହରର ଅରଡ ବଜାର ଅଂଚଳରେ ସହଦେବଖୁଣ୍ଟା ପୋଲିସ ଚଢାଉ କରି ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ 12 ଗ୍ରାମ ବ୍ରାଉନସୁଗର ଜବତ କରିଛି । ଗିରଫ ମହିଳା ଜଣକ ଅରଡ ବଜାରର ସୁଶାନ୍ତ ସେଠୀଙ୍କ ସ୍ତ୍ରୀ ମଞ୍ଜୁ ଦାସ ଓରଫ ମାମା ବୋଲି ଜଣାପଡିଛି । ତାଙ୍କଠାରୁ ମୋବାଇଲ ଫୋନ ଏବଂ ନଗଦ 2200 ଟଙ୍କା ମଧ୍ଯ ଜବତ କରାଯାଇଛି । ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *