ଶିକାରୀ ସହିତ ରେଞ୍ଜର ଓ ବନକର୍ମଚାରୀଙ୍କ ଫଟୋ ପୋଜ୍, ଭୁଲି ଗଲେ କରୋନା କଟକଣା

ନୀଳଗିରି,୮/୪: ( ସଂକେତ୍ ଟିଭି) ଶିକାରୀ ସହ ଫଟୋ ପୋଜ ଦେବାକୁ କରୋନା କଟକଣାକୁ ଭୁଲିଗଲେ ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜର ଓ ବନବିଭାଗ କର୍ମଚାରୀ।

ସୂଚନା ଅନୁସାରେ, ଗତକାଲି ନୀଳଗିରିର ତିନିକୋଶିଆ ଜଙ୍ଗଲରୁ କୁଞ୍ଚିବଣିଆ ଅଞ୍ଚଳର ରୁହିଆ ସିଂ ନାମକ ଶିକାରୀଙ୍କୁ ଗିରଫ କରାଯାଇଥିଲା। ତାଙ୍କ ପାଖରୁ ଦେଶୀ ବନ୍ଧୁକ ଓ ତୀର ଜବତ କରାଯାଇଥିଲା। ସେ ଶିକାର କରିବା ଉଦ୍ଦେଶ୍ୟରେ ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଥିବା କୁହାଯାଇଛି। ଆଜି ତାଙ୍କୁ ଗିରଫ ଦର୍ଶାଯାଇ କୋର୍ଟ ଚାଲାଣ କରାଯାଇଛି।

ହେଲେ ଶିକାରୀକୁ କୋର୍ଟ ଚାଲାଣ କରିବା ପୂର୍ବରୁ ବାହାବା ନେବା ପାଇଁ ତା ସହିତ ଫଟୋ ଉଠାଇଥିଲେ ବନ କର୍ମଚାରୀ । ଏହି ଫଟୋରେ ନୀଳଗିରି ରେଞ୍ଜର ମନ୍ବର ଖାଁ, ଫରେଷ୍ଟର ଲେଙ୍କା ଓ ସରୋଜ ପ୍ରଧାନ, ଫରେଷ୍ଟଗାର୍ଡ ଜୟଦେବ ମଲ୍ଲିକ ରହିଥିଲେ । ହେଲେ ଫଟୋ ପୋଜ ଦେବା ସମୟରେ ସେମାନେ କରୋନା କଟକଣାକୁ ଭୁଲି ଯାଇଥିଲେ। ଅଭିଯୁକ୍ତଙ୍କ ମୁହଁରେ ମାସ୍କ ନଥିଲା କି ବନ କର୍ମଚାରୀଙ୍କ ମୁହଁରେ ମାସ୍କ ନଥିଲା। ସେଠାରୁ ଯାଇ ଅଭିଯୁକ୍ତକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନୀଳଗିରି ହସ୍ପିଟାଲ ନିଆଯାଇଥିଲା।

Leave a Reply

Your email address will not be published. Required fields are marked *