କୁଳଡିହା ଅଭୟାରଣ୍ୟରେ ପକ୍ଷୀ ଶିକାର : ଶିକାରୀ ଗିରଫ, ମୃତ ପକ୍ଷୀ ସହ ମାରଣାସ୍ତ୍ର ଜବତ

ନୀଳଗିରି,୮/୪: ( ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା କୁଳଡିହା ଅଭୟାରଣ୍ୟରେ ଜଣେ ଶିକାରୀ ଗିରଫ ହୋଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଟିଆକଟା ଗ୍ରାମର କାର୍ତ୍ତିକ ସିଂ ।

ସୂଚନା ଅନୁସାରେ, ବୁଧବାର ରାତିରେ ବନ ବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ବେଳେ କିଛି ଶିକାରୀ କୁଳଡିହା ଅଭୟାରଣ୍ଯରେ ପଶି ଶିକାର କରୁଥିଲେ । ବନ କର୍ମଚାରୀମାନେ ଜଣେ ଶିକାରୀକୁ କାବୁ କରିଥିବାବେଳେ ଅନ୍ଯମାନେ ଅନ୍ଧାର ରାତିରେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ । ଗିରଫ ଶିକାରୀଙ୍କଠାରୁ ଗୋଟିଏ ମୃତ ଗୁରାଣ୍ଡୀ, ଦୁଇଟି ଭୂଇଁ ପେଚା, ଗୋଟେ ମାଲୁହା, ମାରଣାସ୍ତ୍ର, ବାରୁଦ ଜବତ । ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *