ସରିଗଲା କରୋନା ଟିକା, ରାଜ୍ଯରେ ବନ୍ଦ ହେଲା ୭୦୦ ଟିକାକରଣ କେନ୍ଦ୍ର

ଭୁବନେଶ୍ବର ୦୮।୦୪ : ଓଡିଶାରେ କରୋନା ଟିକାର ଅଭାବ ଦେଖାଦେଇଛି । ଏହି କାରଣ ଯୋଗୁଁ ଓଡିଶାରେ ଗତକାଲି ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି ।

ରାଜ୍ୟରେ ଆଗାମୀ 10 ଦିନ ପାଇଁ 25 ଲକ୍ଷ ଡୋଜ ଆବଶ୍ୟକ ରହିଛି । ଟିକା ଅଭାବ ହେତୁ ଗତକାଲି 1.10 ଲକ୍ଷ ଲୋକ ଟିକା ଦିଆଯାଇଛି। ଆଉ ୨ ଦିନ ଭିତରେ କେନ୍ଦ୍ର ଟିକା ନଦେଲେ ପୁରା ଟିକାଦାନ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଗତ ସୋମବାର ଦିନ ରାଜ୍ଯ ସ୍ବାସ୍ଥ୍ଯ ବିଭାଗ କେନ୍ଦ୍ରକୁ ଚିଠି ଲେଖି ତୁରନ୍ତ କୋଭିସିଲ୍ଡ ଟିକା ଓଡିଶାକୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ହେଲେ ଏପର୍ଯ୍ଯନ୍ତ ଟିକା ଓଡିଶାକୁ ଆସିନଥିବା ଜଣାପଡିଛି ।

୧ ଏପ୍ରିଲରୁ ୪୫ ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ବ୍ୟକ୍ତିଙ୍କୁ ଲଗାଯିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲା । ଏହି ପର୍ଯ୍ୟାୟରେ ଓଡିଶାରେ 1.16 କୋଟି ଲୋକଙ୍କୁ ଟିକା ଦିଆଯିବା ପାଇଁ ଟାର୍ଗେଟ ରଖାଯାଇଛି ।

କୋଭାକ୍ସିନ ଟିକା କେବଳ ଭୂବନେଶ୍ବରରେ ଦିଆଯାଉଛି । ଏହା ଯଥେଷ୍ଟ ପରିମାଣରେ ମହଜୁଦ ଅଛି । କୋଭାସିଲ୍ଡ ଟିକାର ଅଧିକ ଚାହିଦା ରହିଥିବାରୁ କୋଭାକ୍ସିନ ଟିକାର ଆବଶ୍ଯକତା ନାହିଁ ବୋଲି ରାଜ୍ଯ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ କୁହାଯାଇଛି ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା କହିଛନ୍ତି ଯେ, ବୁଧବାର ଦିନ ଆମେ ୧,୧୦,୮୮୯ ଡୋଜ ଟୀକା ଦିଆଯାଇଛି । ଆଉ ୪,୩୫,୩୨୦ ଡୋଜ କୋଭିସିଲଡ଼ ଟୀକା ରହିଛି । ୧,୧୪,୪୯୦ ଡୋଜ କୋଭାକ୍ସିଂନ ଟୀକା ଏବେ ମହଜୁଦ ଅଛି । ଆମର ଯାହା ଲକ୍ଷ୍ୟ ଧାର୍ଯ୍ୟ ଯାହା ଅଛି ତାହା ଦିନ ଭିତରେ ଟିକା ସରିଯିବ । ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି ।

Leave a Reply

Your email address will not be published. Required fields are marked *