ଘରରେ ନିଆଁ ଲଗାଇ ଥିବା ସନ୍ଦେହରେ ବନ୍ଧା ହୋଇ ନିସ୍ତୁକ ମାଡ ଖାଇଲେ ଯୁବକ
ନୀଳଗିରି,୮/୪: ( ସଂକେତ୍ ଟିଭି) ଘରେ ନିଆଁ ଲଗାଇ ପୋଡିଦେବା ସନ୍ଦେହରେ ଜଣେ ଯୁବକକୁ ଗ୍ରାମବାସୀ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ସେପଟେ ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାର ସର୍ବଶାନ୍ତ ହୋଇଯାଇଛି। ଘଟଣାଟି ଘଟିଛି ନୀଳଗିରି ବ୍ଲକ ଅଧିନ ନରଣପୁର ପଂଚାୟତ ବଡ଼ ନୂଆଗାଁ ଅଂଚଳରେ ।
ସୂଚନାଯୋଗ୍ୟ ବଡ଼ ନୂଆଗାଁରେ ବୁଦ୍ଧିରାମ ବିନ୍ଧାଣିଙ୍କ ଘରେ ଅଗ୍ନୀକାଣ୍ଡ ଘଟି ଜଳୁଥିବା ଅବସ୍ଥାରେ ସେହି ଗ୍ରାମର କାହ୍ନୁ ସିଂ ନାମକ ଜଣେ ଯୁବକ କାହାରିକୁ ନିଆଁ ଲିଭାଇବାକୁ ଦେଉନଥିଲା । ସେ ପାଲଟା ଗାଳି ଗୁଳଜ କରି ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା। ସେହି ଅଂଚଳର କିଛି ଯୁବକ ତାଙ୍କୁ କାବୁ କରି ବାନ୍ଧିବା ସହ ଉତ୍ତମ ମଧ୍ୟମ ଦେଇଥିଲେ। ସମ୍ପୃକ୍ତ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ନା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଆଁ ଲଗାଇଛି ଏନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନୀଳଗିରି ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନୀକାଣ୍ଡରେ ସର୍ବସ୍ବ ହରାଇ ପରିବାର ଲୋକ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି।