CulturalFeaturedLatest

ତୁଳସୀ ଗଣନାଟ୍ୟର ଅର୍ଦ୍ଧାଧିକ କଳାକାର କରୋନାରେ ଆକ୍ରାନ୍ତ, ତଥାପି ମଂଚସ୍ଥ ହେଉଛି ନାଟକ !

ଭୂବନେଶ୍ବର,୧୬/୪: (ସଂକେତ୍ ଟିଭି) ତୁଳସୀ ଗଣନାଟ୍ୟର ଅର୍ଦ୍ଧାଧିକ କଳାକାର କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଏହା ସତ୍ବେ ସେମାନେ ଯାତ୍ରା ମଂଚସ୍ଥ କରୁଥିବା ଅଭିଯୋଗ ହୋଇଛି ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ତୁଳସୀ ଗଣନାଟ୍ୟ ଆଜି ଭଦ୍ରକ ଜିଲ୍ଲାର ବାସୁଦେବପୁର ବିନାୟକପୁରରେ ନାଟକ ମଂଚସ୍ଥ କରୁଛି । ତେବେ ଆଜି ସେହି ଗଣନାଟ୍ୟର ଜଣେ ନାୟକ ଓ ଜଣେ ନାୟିକାଙ୍କ କୋଭିଡ୍ ପଜିଟିଭି ବାହାରିଥିବା ଜଣାପଡିଛି । ଏହା ସହିତ ଗଣନାଟ୍ୟର 20ରୁ ଅଧିକ କଳାକାର ଏବେ ଜ୍ବରରେ ଆକ୍ରାନ୍ତ ଅଛନ୍ତି । ଏହା ସତ୍ବେ ସେମାନେ ଯାତ୍ରା ପରିବେଷଣ କରୁଛନ୍ତି । ତେବେ ସେମାନଙ୍କୁ ଯାତ୍ରା ପରିବେଷଣ କରିବା ପାଇଁ ମାଲିକମାନେ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । କଳାକାରମାନେ ମଂଚ ଉପରେ ମାସ୍କ ପରିଧାନ କରୁନଥିବା କାରଣରୁ ଏହି ସଂକ୍ରମଣରେ ଅଧିକରୁ ଅଧିକ କଳାକାର ସଂକ୍ରମିତ ହେଉଛନ୍ତି । ଏହା ସହିତ ସେହି ସଂକ୍ରମଣରେ ଦର୍ଶକମାନେ ମଧ୍ୟ ସଂକ୍ରମିତ ହେବାର ଆଶଂକା ସୃଷ୍ଟି ହୋଇଛି।