CulturalFeatured

ବାଲେଶ୍ବର ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ ବନ୍ଦ କଲା ପ୍ରଶାସନ

ବାଲେଶ୍ବର, ୨୪/୦୪: (ସଂକେତ ଟିଭି) ବାଲେଶ୍ଵର ଜିଲ୍ଲାର ପ୍ରାୟ ସମସ୍ତ ପର୍ଯ୍ୟଟନସ୍ଥଳୀକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଛି। ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ଆଜି ବାଲେଶ୍ବର ଜିଲ୍ଲାପାଳ ପ୍ରକାଶ କରିଥିବା ନିର୍ଦ୍ଦେଶନାମାରେ ଜିଲ୍ଲାର ତାଲସାରୀ, ଉଦୟପୁର, ଡଗରା ଓ ଚାନ୍ଦିପୁର ବେଳାଭୂମିକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରି ଦିଆଯାଇଛି।

ସେହିପରି ଜିଲ୍ଲାର ପଞ୍ଚଲିଙ୍ଗେଶ୍ଵର, ଇମାମି ଜଗନ୍ନାଥ ମନ୍ଦିର, ଚନ୍ଦନେଶ୍ଵର ଓ ଭୂଷଣ୍ଡେଶ୍ଵର ମନ୍ଦିରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।