CulturalSpecial

ବାସ୍ତୁଶାସ୍ତ୍ରରେ କୌଣସି ଦିଗ ଅଶୁଭ ନୁହଁ, ସବୁ ଦିଗର ରହିଛି ମହତ୍ବ

ବାସ୍ତୁଶାସ୍ତ୍ରରେ ଦଶ ଦିଗ ଅଧ୍ୟୟନ କରାଯାଏ | ମୁଖ୍ୟ ଦିଗଗୁଡିକ ହେଉଛି ପୂର୍ବ, ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର । ଏହି ଚାରୋଟି ଦିଗର ଚାରୋଟି କୋଣ ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ, ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ସହିତ ଆଠଟି ଦିଗ ରହିଛି । ଏହା ବ୍ଯତିତ, ଆକାଶ ଏବଂ ପାତାଳର ଦୁଇଟି ଦିଗ ରହିଛି ।

କେବଳ ଉପରୋକ୍ତ ଆଠଟି ଦିଗ ଉପରେ ହିଁ ବାସ୍ତୁ ଗଣନା କରାଯାଇଥାଏ । ଏଥିରେ ପୂର୍ବ ଏବଂ ଉତ୍ତର ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ପ୍ରାଚୀନ କାଳରେ କେବଳ ବଡ଼ ଅଟ୍ଟାଳିକା ଏବଂ ଘରଗୁଡ଼ିକର ବାସ୍ତୁ ଦେଖାଯାଉଥିଲା | କଳ କାରଖାନା, ବଡ କାରଖାନା ଏବଂ ଅଗ୍ନି ଚୁଲା ଇତ୍ୟାଦି ପାଇଁ ବ୍ୟବହୃତ ଜମି ଉପରେ ପ୍ରାଚୀନ କାଳରେ ସେତିକି ବାସ୍ତୁ ଦେଖାଯାଉନଥିଲା ।

ବର୍ତ୍ତମାନ କାର୍ଯ୍ୟ ସ୍ଥାନ, କାର୍ଯ୍ୟାଳୟ, କାରଖାନା ଏବଂ ଶିଳ୍ପ ପାଇଁ ଜମିର ବାସ୍ତୁ ଦେଖାଯାଉଛି ।ଏହ ଆକଳନ କରିବ ଅଧିକ ଜଟିଳ ଏବଂ ବିସ୍ତୃତ ଅଟେ ।

ବଡ କାରଖାନା ଏବଂ ଅଗ୍ନି ସହିତ ସଂପର୍କୀତ ବ୍ଯବସାୟ ପାଇଁ ଦକ୍ଷିଣ ଦିଗ ଶୁଭ ଫଳ ଦାୟକ ହୋଇଥାଏ । ଅତ୍ୟଧିକ ନିଆଁ ଏବଂ ପ୍ରବଳ ପ୍ରଭାବ ହେତୁ, ଏହି କାର୍ଯ୍ୟ ପାଇଁ ଏହି ଦିଗ ଶୁଭ ଅଟେ।

ସେହିଭଳି ବଡ଼ ବଜାର, ସୁପର ମାର୍କେଟ, ରାସାୟନିକ ସାମଗ୍ରୀ ଦୋକାନର ମୁହଁ ପଶ୍ଚିମ ଆଡକୁ ରହିବା ଲାଭଦାୟକ ହୋଇଥାଏ ।

ସେହିପରି ଶିକ୍ଷା, ଜ୍ଞାନ ଏବଂ ଇଶ୍ବରଙ୍କ ଉପାସନା ପାଇଁ ପୂର୍ବ ଦିଗ ଶୁଭ ଅଟେ । ଜ୍ଞାନ ଅର୍ଜନ ପାଇଁ ଏହି ଦିଗ ସର୍ବୋତ୍ତମ ଅଟେ ।

ଉତ୍ତର ଦିଗରେ ବିକ୍ରୟ ଏବଂ କ୍ରୟ ପାଇଁ କୌଣସି ଦୋକାନ ତଥା ବ୍ଯବସାୟୀକ ପ୍ରତିଷ୍ଠାନ ଖୋଲିବା ଶୁଭଫଳ ଦାୟକ ହୋଇଥାଏ।

ତେବେ ଏଥିରୁ ସ୍ବଷ୍ଟ ଯେ ପ୍ରତ୍ଯେକ ଦିଗର ନିଜ ନିଜର ମହତ୍ବ ରହିଛି ।