Latest

ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୋଲିସକୁ ପିଟିଲେ ଉତ୍ୟକ୍ତ ଲୋକେ

ମୟୁରଭଞ୍ଜ ୦୨।୦୫ : ( ସଂକେତ୍ ) ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଦେୱାନ ବାହାଳୀ ଗାଁରେ ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୋଲିସ ମାଡ଼ ଖାଇଛି । ପୋଲିସ ଗାଡିକୁ ଭଙ୍ଗାରୁଜା ମଧ୍ଯ କରାଯାଇଛି।

କୋଭିଡ ନିୟମ ଉଲ୍ଲଂଘନ କରି ଦେୱାନବାହାଳୀରେ ପ୍ରାୟ ୫-ହଜାର ଲୋକ ରୁଣ୍ଡ ହୋଇ ଚଇତି ପର୍ବ ପାଳନ କରୁଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଚଇତି ପର୍ବ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଲୋକେ ରାଗି ଯାଇଥିଲେ । ନିଶାସକ୍ତ ଅବସ୍ଥାରେ ଉପସ୍ଥିତ ଲୋକମାନେ ପୋଲିସ ଉପରକୁ ଆକ୍ରମଣ କରିବା ସହିତ ପୋଲିସ ଗାଡ଼ିକୁ ଭଙ୍ଗା ରୁଜା କରିଛନ୍ତି । ଏଥିରେ କେତେକ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ପରେ ଆଉ କିଛି ପୋଲିସ ଗାଁରେ ପହଞ୍ଚି ଆହତ ପୋଲିସଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଗାଡିକୁ ଭାଙ୍ଗିଥିବା ଓ କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।