କରୋନାରେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ବାପାଙ୍କ ଦେହାନ୍ତ

ବାଲେଶ୍ବର ୦୭।୦୫ : (ସଂକେତ୍ ଟିଭି), ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ପିତା ଶଙ୍କର୍ଷଣ ପଣ୍ଡାଙ୍କ କରୋନାରେ ଦେହାନ୍ତ । ସେ ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ଵର୍ଷ ହୋଇଥିଲା । କିଛି ଦିନ ତଳେ ଦୈତାରୀ ପଣ୍ଡାଙ୍କ ଭାଇ ବୋହୁ ତଥା ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କ କରୋନାରେ ପ୍ରାଣହାନୀ ହୋଇଥିଲା । ତେବେ ଆଜି ତୃପ୍ତିଙ୍କର ଏକାଦଶାହ ଥିଲା । ତେବେ ଭାଇ ବୋହୁଙ୍କ ପରେ ବାପାଙ୍କ କରୋନାରେ ପରଲୋକ ଘଟିବା ଘଟଣା ଦୈତାରୀ ପଣ୍ଡାଙ୍କ ପରିବାର ପାଇଁ ସତେ ଯେତିମି ଦୁଃଖର ପାହାଡ ଖସିପଡୁଛି ।