CulturalFeatured

ଅକ୍ଷୟ ତୃତୀୟା ଅବସରରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥ ଅନୁକୂଳ

ନୀଳଗିରି ୧୫।୦୫ : (ସଂକେତ୍ ଟିଭି) ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥ ଅନୁକୂଳ ହେବା ସହିତ ଚନ୍ଦନ ଯାତ୍ରା ସମାପନ ହୋଇଛି । ଏହି ଅବସରରେ ନୀଳଗିରି ବଡଦାଣ୍ଡ ଆଜି ଚନ୍ଦନ, କର୍ପୂର ଓ ତୁଳସୀ ରେ ମହକୁଛି। ସକାଳେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜ୍ଞାମାଳ ନେଇ ରୀତିନୀତି ରେ ପୂଜାର୍ଚ୍ଚନା ହୋମ ଯଜ୍ଞ ପରେ ଅଖରେ ଚକ ଲଗାଯାଇ ରଥ ର ଅନୁକୂଳ ହୋଇଥିଲା। କୋଭିଡ ସଟ ଡାଉନ କଟକଣା ପାଇଁ ଭକ୍ତମାନେ ଏହି ନୀତି ପୂଜା ଦେଖିବାର ସୁଯୋଗ ପାଇ ପାରିନାହାନ୍ତି।