FeaturedLatest

ରାଜ୍ୟରେ ଆଉ ୭୨୧୬ କରୋନା ପଜିଟିଭ୍ ଚିହ୍ନଟ, କଟକ ଜିଲ୍ଲାରୁ ସର୍ବାଧିକ ୧୦୯୧

ଭୁବନେଶ୍ୱର ୨୮/୦୫: (ସଂକେତ୍ ଟିଭି) ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩୯୯୫୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦୪୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୧୭୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୦୯ଜଣ, ବାଲେଶ୍ୱର ଜିଲ୍ଲାରୁ ୨୧୫ଜଣ, ବରଗଡ଼ ଜିଲ୍ଲାରୁ ୩୩୧ଜଣ, ଭଦ୍ରକ ଜିଲ୍ଲାରୁ ୨୪୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୦ଜଣ, ବୌଦ୍ଧ ଜିଲ୍ଲାରୁ ୧୪୮ଜଣ, କଟକ ଜିଲ୍ଲାରୁ ୧୦୯୧ଜଣ, ଦେଓଗଡ଼ ଜିଲ୍ଲାରୁ ୬୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୨୮ଜଣ, ଗଜପତି ଜିଲ୍ଲାରୁ ୩୮ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୮୩ଜଣ , ଯାଜପୁର ଜିଲ୍ଲାରୁ ୨୪୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୫୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୮୭ଜଣ, କେନ୍ଦୁଝର ଜିଲ୍ଲାରୁ ୭୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୦୯ଜଣ, କୋରାପୁଟ ଜିଲ୍ଲାରୁ ୨୨୦ଜଣ, ମାଲକାନଗିରି ଜିଲ୍ଲାରୁ ୧୩୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୪୨ଜଣ, ନୟାଗଡ଼ ଜିଲ୍ଲାରୁ ୧୬୪ଜଣ, ନୂଆପଡ଼ା ଜିଲ୍ଲାରୁ ୬୬ଜଣ, ପୁରୀ ଜିଲ୍ଲାରୁ ୧୧୦ଜଣ, ରାୟଗଡ଼ା ଜିଲ୍ଲାରୁ ୨୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୨୪୧ଜଣ, ସୋନପୁର ଜିଲ୍ଲାରୁ ୭୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୮୪ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୬ଜଣ ରହିଛନ୍ତି ।