EducationFeaturedLatest

ବାତିଲ୍‌ ହେଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ନୂଆଦିଲ୍ଲୀ, ୦୧/୦୬: (ସଂକେତ୍ ଟିଭି) କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍‌ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈ ଠକରେ ସିବିଏସ୍ଇର ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ ଏହି ବଡ ନିଷ୍ପତ୍ତି ନିଆଯାଇଛି।

ଏହି ବୈ ଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଲାମାନଙ୍କର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏପରି ପରିବେଶରେ ପିଲାମାନଙ୍କୁ ଚାପ ଦେବା ଅନୁଚିତ ।  

ଏହି ବୈଠକରେ ସିବିଏସ୍‌ଇ ଅଧ୍ୟକ୍ଷଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରକାଶ ଜାଭଡ଼େକର ମଧ୍ୟ ସାମିଲ୍‌ ରହିଥିଲେ ।

ସିବିଏସ୍‌ଇ ଏବଂ କାଉନ୍ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍ଜାମିଶନ୍‌ ବା ସିଆଇଏସ୍‌ସିଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା କୋଭିଡ୍‌ ସମୟରେ ବାତିଲ୍‌ କରିବାକୁ ବିଭିନ୍ନ ପୂର୍ବରୁ ଦାବି କରାଯାଉଥିଲା । ଏହାକୁ ଏନେଇ ପରୀକ୍ଷାର୍ଥୀ ଚିନ୍ତାରେ ଥିଲେ ।

କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଗତ ଏପ୍ରିଲ୍‌ରେ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲା । ୨୩ ମେ ରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ଏକ ଭିଡିଓ ମେସେଜ୍‌ ଜାରି କରିଥିଲେ । ସେ ଏଥିରେ ଜୁନ୍‌ ୧ କିମ୍ୱା ଏହାର ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ।