EducationLatest

ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁଙ୍କ କରୋନାରେ ପରଲୋକ

ଭୂବନେଶ୍ବର ୦୩।୦୬ : (ସଂକେତ୍ ଟିଭି) ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ତଥା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ସାହୁଙ୍କ ଆଜି ପରଲୋକ ଘଟିଛି । କିଛି ଦିନ ତଳେ ସେ କୋଭିଡ ସଂକ୍ରମିତ ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ମଧ୍ୟାହ୍ନରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ଯୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହେଉଥିଲା । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଲୋକ ସଂପର୍କ ଅଧିକାରୀ ଶରତ କର ଏହି ସୂଚନା ଦେଇଛନ୍ତି।

ଡାକ୍ତର ବିଜୟ କୁମାର ସାହୁ ରାଜ୍ଯର ସରକାରୀ ବିଦ୍ୟାଳୟରେ ଗୁଣବତ୍ତା ଶିକ୍ଷାଦାନ ଏବଂ ସଂସ୍କରଣ ଆଣିବା ଦିଗରେ ସର୍ବଦା ଚେଷ୍ଟାରତ ଥିଲେ । ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଭାବେ ମଧ୍ୟ କାର୍ଯ୍ୟ ନିଯୁକ୍ତ କରିଥିଲେ । କୋଭିଡରେ ସଂକ୍ରମଣ ପରେ ବିଜୟ ସାହୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କିନ୍ତୁ ହଠାତ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ଆସିଥିଲା ।

ଡକ୍ଟର ବିଜୟ ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଏଥି ସହିତ ସେ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି । ଶିକ୍ଷା ପ୍ରତି ତାଙ୍କର ଅବଦାନ ସର୍ବଦା ଅବିସ୍ମରଣୀୟ ଏବଂ ପ୍ରଶଂସନୀୟ ବୋଲି ନବୀନ କହିଛନ୍ତି।