ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଅଭିନେତା ପର୍ଲ ପୁରୀ

ମୁମ୍ବାଇ ୦୫।୦୬: (ସଂକେତ୍ ଟିଭି): ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିନେତା ପର୍ଲ ଭି ପୁରୀଙ୍କୁ ପୋଲିସ ଗିରଫ କରିଛି ।

ମୁଖ୍ୟତଃ ଟେଲିଭିଜନରେ କାମ କରୁଥିବା ଏବଂ ଲୋକପ୍ରିୟ ସୋ ନାଗିନ୍-3 ରେ ଅଭିନୟ କରିଥିବା 31 ବର୍ଷୀୟ ଅଭିନେତାଙ୍କୁ ଶନିବାର ମୁମ୍ବାଇ ଏବଂ ୱାଲିଭ୍ ପୋଲିସ ଗିରଫ କରିଛି।

ପିଡିତାଙ୍କ ବାପା ପୁରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତାପରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏହି ଅଭିନେତା ବର୍ତ୍ତମାନ ପୋଲିସ ହାଜତରେ ଅଛନ୍ତି।

ଚଳଚିତ୍ର ଏବଂ ସିରିଏଲ ନିର୍ମାତା ଏକତା କପୁରଙ୍କ ସମେତ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ପୁରୀଙ୍କ ସହକର୍ମୀମାନେ ସେ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ଏବଂ ତାଙ୍କ ସମର୍ଥନରେ ବାହାରକୁ ଆସିଛନ୍ତି ।

ଅଭିନେତା ପର୍ଲ ଭି ପୁରୀ ଫିର ଭୀ ନା ମାନେ ବକତମିଜ ଦିଲ୍ ଏବଂ ବେପନାହ ପ୍ୟାର ଚଳଚିତ୍ରରେ ଅଭିନୟ କରି ଲୋକ ଲୋଚନକୁ ଆସିପାରିଛନ୍ତି ।