କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନା, ମୋଦୀଙ୍କୁ ଭେଟିଲେ ଅମିତ ଶାହା ଏବଂ ଜେପି ନଡ୍ଡା

ନୂଆଦିଲ୍ଲୀ ୧୧/ ୦୬ : (ସଂକେତ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡା ଭେଟି ଆଲୋଚନା କରିଛନ୍ତି। ଖବର ଅନୁଯାୟୀ, ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ହୋଇଥିବାବେଳେ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବିଷୟରେ ଆଲୋଚନା ହୋଇଛି।

ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା ଜାରି ରଖିଛନ୍ତି । ଏହା ସହିତ ବିଭିନ୍ନ ବରିଷ୍ଠ ନେତାମାନଙ୍କ ସହିତ ମନ୍ତ୍ରାଳୟ ସମ୍ବନ୍ଧୀୟ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା ଜାରି ରଖିଛନ୍ତି । ଏହା ସହିତ ବିଭିନ୍ନ ବରିଷ୍ଠ ନେତାମାନଙ୍କ ସହିତ ମନ୍ତ୍ରାଳୟ ସମ୍ବନ୍ଧୀୟ ଆଲୋଚନା ମଧ୍ୟ କରିଥିବା ସୂଚନା ମିଳିଛି ।

ଉତ୍ତରପ୍ରଦେଶ ନିର୍ବାଚନ ନେଇ ଆଲୋଚନା ପାଇଁ ଦୁଇ ଦିନିଆ ଗସ୍ତରେ ଦିଲ୍ଲୀ ଆସିଥିବା ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜେପି ନାଡାଙ୍କୁ ଭେଟିଥିଲେ। ଯୋଗୀ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ତାଙ୍କ ସହ ପ୍ରାୟ ଦେଢ ଘଣ୍ଟା ଆଲୋଚନା କରିଥିଲେ। ଶାହାଙ୍କ ସହ ହୋଇଥିବା ସାକ୍ଷାତକାରରେ ଯୋଗୀ ତାଙ୍କୁ ‘ପ୍ରବାସୀ ସଙ୍କଟ ସମାଧାନ’ ନେଇ ଏକ ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ।

କିଛି ଦିନ ପୂର୍ବରୁ ବିଜେପିର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍ ସନ୍ତୋଷ ଏବଂ ଦଳର ଉତ୍ତରପ୍ରଦେଶ ଦାୟିତ୍ୱରେ ଥିବା ରାଧା ମୋହନ ସିଂ ଲକ୍ଷ୍ନୋ ଗସ୍ତ କରି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ସମୀକ୍ଷା କରିଥିଲେ। ଏହି ସମୟରେ ଉଭୟ ନେତା ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ତଥା ସଂଗଠନର ପ୍ରମୁଖ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ପୃଥକ ବୈଠକ କରିଥିଲେ।