CulturalFeaturedLatest

ବିଜୁଳି ମହାଦେବ ମନ୍ଦିରରେ ମାରିଲା ବିଜୁଳି, ପ୍ରତି ୧୨ ବର୍ଷରେ ଥରେ ପଡିଥାଏ ବିଜୁଳି

କୁଲୁ ୧୩।୦୬: (ସଂକେତ୍ ଟିଭି) ଆମ ଦେଶରେ ଏମିତି ଏକ ଶୈବପୀଠ ରହିଛି ଯାହାର ନାମ ହେଉଛି ବିଜୁଳି ମହାଦେବ । ଏହି ମହାଦେବ ମନ୍ଦିରରେ ୧୨ ବର୍ଷରେ ଥରେ ବିଜୁଳି ପଡିଥାଏ ।
ହିମାଚଲ ପ୍ରଦେଶର କୁଲୁ ପାହାଡ ଉପରେ ଏହି ବିଜୁଳି ମହାଦେବ ମନ୍ଦିର ରହିଛି । ଗତ ଗୁରୁବାର ଦିନ ଏହି ବିଜୁଳି ମହାଦେବ ମନ୍ଦିର ନିକଟରେ ବଜ୍ରପାତ ଘଟଣାର ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁବାର ସନ୍ଧ୍ୟା ପ୍ରାୟ 6.54 ସମୟରେ ଏଠାରେ ବଜ୍ରପାତ ହୋଇଥିଲା।

କେହି କେହି ଏହି ଘଟଣାକୁ କ୍ୟାମେରାରେ ଧରିଥିଲେ, ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଚିତ୍ରକୁ ବିଜୁଳି ମହାଦେବ ମନ୍ଦିରର ଲୋକପ୍ରିୟ କାହାଣୀ ସହିତ ଯୋଡି ଅନେକ ଲୋକ କମେଣ୍ଟ ବକ୍ସରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରୁଥିବା ଦେଖାଯାଇଥିଲା ।

ବିଜୁଳି ମହାଦେବ ମନ୍ଦିର କୁଲୁଙ୍କର ଏକ ପ୍ରସିଦ୍ଧ ମନ୍ଦିର ଭାବରେ ଜଣାଶୁଣା । ହିମାଚଲ ପ୍ରଦେଶର କୁଲ୍ଲୁର ପାହାଡ ଉପରେ ରହିଛି ଏହି ବିଜୁଳି ମହାଦେବ ମନ୍ଦିର । ପ୍ରତିଦିନ ଶହ ଶହ ଲୋକ ଏହି ମନ୍ଦିରରେ ଦର୍ଶନ ପାଇଁ ଆସିଥାନ୍ତି । ଯେଉଁଠାରେ ପାର୍ବତୀ ଏବଂ ବ୍ୟାସ ନଦୀର ସଂଗମ ସ୍ଥଳ ରହିଛି । କୁହାଯାଏ କି, ଏଠାରେ ଥିବା ବିଶାଳକାୟ ଘାଟିକୁ କୁଳାନ୍ତ ନାମକ ଏକ ମାୟାବୀ ଦୈତ୍ୟ ନିଜ କବଜାରେ ରଖିଥିଲା । ଆଉ ତାକୁ ବଦ୍ଧ କରିଥିଲେ ଦେବ ଦେବ ମହାଦେବ ।

ଇନ୍ଦ୍ରଦେବ ଭଗବାନ ଶିବଙ୍କ ଆଜ୍ଞା ପାଇ ୧୨ ବର୍ଷରେ ଥରେ ବିଜୁଳି ମାଡ କରିଥାନ୍ତି । ଯେଉଁଥି ପାଇଁ ଏହି ଶିବଲିଙ୍ଗ ଖଣ୍ଡିତ ହୁଏ । ଆଉ ପରେ ପୂଜାରୀ ମାନେ ଲହୁଣୀ ସାହାଯ୍ୟରେ ଏହାକୁ ଯୋଡିଥାନ୍ତି । କୁହାଯାଏ କି ଏଠାରେ ୧୨ ବର୍ଷରେ ଥରେ ଏଥିପାଇଁ ବିଜୁଳି ପଡିଥାଏ କାରଣ, ଭଗବାନ କାହାରି ଧନ ଜୀବନ କ୍ଷତି କରିବାକୁ ଚାହାଁନ୍ତି ନାହିଁ । ସେଥିପାଇଁ ପ୍ରତି ୧୨ ବର୍ଷରେ ଥରେ ନିଜ ଉପରେ ବିଜୁଳି ପ୍ରହାର କରିଥାନ୍ତି ।