ପବନଦୀପ-ଅରୁଣିତାଙ୍କୁ ମ୍ଯୁଜିକ ଆଲବମରେ ଲଞ୍ଚ କରିବେ ହିମେଶ ରେଶମିଆ

ମୁମ୍ବାଇ, ୨୦/୦୬: (ସଂକେତ୍ ଟିଭି) ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲ୍ 12 ର ହିଟ୍ ଜୋଡି ପବନଦୀପ ରାଜନ ଏବଂ ଅରୁଣୀତା କାଞ୍ଜିଲାଲ୍ ଙ୍କୁ ଗୋଟିଏ ମ୍ଯୁଜିକ ଆଲବମ୍ ରେ ଲଂଚ କରିବାକୁ ଯାଉଛନ୍ତି ସଂଗୀତ ନିର୍ଦେଶକ ହିମେଶ ରେଶମିଆ । ଜୁନ୍ 21 ତାରିଖ ଏହି ଆଲବମ୍ ର ପ୍ରଥମ ଗୀତର ରିଲଜ୍ ତାରିଖ ଘୋଷଣା କରିବେ ।

‘ସୁରୁର 2021’ ଆଲବମର ସଫଳତା ପରେ, ସଂଗୀତ ନିର୍ଦେଶକ ହିମେଶ ରେଶମିଆ ଆଉ ଏକ ମ୍ୟୁଜିକାଲ୍ ଆଲବମ୍ ‘ମୁଡ୍ ଓ୍ବିଥ୍ ମେଲୋଡିଜ୍ ଭଲ୍ୟୁମ୍-1’ ତିଆରି କରୁଛନ୍ତି । ଏଥିରେ ଗୋଟିଏ ରୋମାଣ୍ଟିକ ଗୀତରେ ସେ ଇଣ୍ଡିଆନ ଆଇଡଲ ଫ୍ରେମ୍ ପବନଦୀପ ରାଜନ ଏବଂ ଅରୁଣୀତା କାଞ୍ଜିଲାଲ୍ ଙ୍କୁ ଏକାଠି ଲଞ୍ଚ କରିବେ। ପବନଦୀପ ଏବଂ ଅରୁଣିତାଙ୍କ ସ୍ୱର ସହିତ ହିମେଶଙ୍କର କମ୍ପୋଜିସନ୍ ଅପାର ସଫଳତା ଆଣିବ ବୋଲି ହିମେଶ ବିଶ୍ବାସ ରଖିଛନ୍ତି ।

ଇଣ୍ଡିଆନ୍ ଆଇଡଲ୍ 12 ରେ ପବନଦୀପ ରାଜନ ଏବଂ ଅରୁଣିତା ପ୍ରତିଦ୍ବନ୍ଧ୍ବୀ ଅଛନ୍ତି । ଏହା ବ୍ୟତୀତ ଉଭୟଙ୍କ ମଧ୍ୟରେ ଲଭ୍ ଏଙ୍ଗଲ ଯୋଗୁଁ ଉଭୟ ଆଲୋଚନାର ପରିସରରେ ରହିଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଚର୍ଚ୍ଚା ଜୋରସୋରରେ ଚାଲିଛି । ତେବେ ଉଭୟଙ୍କ ପ୍ରତିଭାକୁ ଦେଖି ସୋର ଜଜ୍ ହିମେଶ ରେଶମିଆ ସେମାନଙ୍କୁ ଏକାଠି ଲଂଚ କରିବା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ହିମେଶ ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ହିମେଶ୍ ପବନଦୀପଏବଂ ଅରୁଣିତା ସହିତ ଛିଡା ହୋଇଥିବା ଏକ ଫଟୋ ମଧ୍ଯ ସେୟାର କରିଛନ୍ତି । ସେ କହିଛିନ୍ତି ଯେ ତାଙ୍କର ପରବର୍ତ୍ତୀ ଆମବମ୍ ର ଟାଇଟଲ୍ ମୁଡ୍ସ ଓ୍ବିଥ୍ ମେଲୋଡିଜ୍ ରଖାଯାଇଛି । ଏହି ଆଲବମ୍ ର ପ୍ରଥମ ଗୀତ ପବନଦୀପଏବଂ ଅରୁଣିତା ଗାଇଛନ୍ତି । ଏହି ଗୀତର ରଚନା ସମୀର ଅଞ୍ଜାନ କରିଛନ୍ତି ।