Latest

୧୦ଟି ଜିଲ୍ଲାରେ ଆଂଶିକ ଲକ୍ ଡାଉନ, ୨୦ଜିଲ୍ଲା ପାଇଁ ସବୁ ଖୋଲା

ଭୁବନେଶ୍ବର ୩୦/୬: (ସଂକେତ୍ ଟିଭି) ରାଜ୍ୟ ସରକାର ସଂକ୍ରମଣ ଅଧିକ ଥିବା ୧୦ଟି ଜିଲ୍ଲାରେ ଆଂଶିକ ଲକ୍ ଡାଉନ ଲାଗୁ ରଖିଛନ୍ତି । ହେଲେ ସଂକ୍ରମଣ କମ୍ ଥିବା ୨୦ ଜିଲ୍ଲାରେ ସବୁ ଖୋଲା ରହିବ । ହେଲେ ରାଜ୍ଯ ସାରା ପୂର୍ବ ଭଳି ସଂନ୍ଧ୍ଯା ୬ରୁ ସକାଳ ୬ ଯାଏଁ ନାଇଟ କର୍ଫ୍ୟୁ ପୂର୍ବ ଭଳି ଜାରି ରହିବ । ଏହି କଟକଣା ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ରାଜ୍ୟ ସରକାର କରୋନା ସଂକ୍ରମଣ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । କ୍ଯାଟେଗୋରୀ ଏ ଏବଂ ବି । ୫%ରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲ୍ଲାକୁ କ୍ଯାଟୋଗୋରୀ ବି ରେ ରଖାଯାଇଛି । କ୍ଯାଟେଗୋରୀ ଏରେ ୨୦ଟି ଜିଲ୍ଲା ରହିଛି । ଏଥର କ୍ଯାଟୋଗୋରୀ ଏରେ ସଂକ୍ରମଣ କମ୍ ଥିବାରୁ ଢେ଼ଙ୍କାନାଳ ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ ସାମିଲ କରାଯାଇଛି । ଏହି ଜିଲ୍ଲା ଗୁଡିକରେ ସଂନ୍ଧ୍ଯା ୬ ଯାଏଁ ସମସ୍ତ ଦୋକାନ ଖୋଲିବ । କେବଳ ମଲ୍ ଓ ସ୍ପା ବନ୍ଦ ରହିବ । ଏହି ଜିଲ୍ଲାମାନଙ୍କରେ ବସ୍ ଚଳଚଳ ପାଇଁ ଅନୁମତି ଦିଆଯାଇଛି । ଟେକ୍ସି, ସେଲୁନ , ଫିଲ୍ମ ସୁଟିଂ, ସାପ୍ତାହିକ ହାଟକୁ ମଧ୍ଯ ଅନୁମତି ଦିଆଯାଇଛି । ଏହି ଜିଲ୍ଲା ଗୁଡିକରେ ସପ୍ତାହାନ୍ତ ସଟ୍ ଡାଉନ ହେବ ନାହିଁ । କ୍ଯାଟେଗୋରୀ ଏରେ ଥିବା ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ।

କେଟାଗରୀ ବିରେ ଥିବା ବାକି ୧୦ଟି ଜିଲ୍ଲାରେ ଅପରାହ୍ନ ୨ଟା ଯାଏ ସମସ୍ତ ଦୋକାନ ବଜାର ଖୋଲା ରହିବ । କେବଳ ମଲ୍, ସ୍ପା ଓ ବିୟୁଟି ପାର୍ଲର ଖୋଲିବ ନାହିଁ । ଏହି ଜିଲ୍ଲା ଗୁ଼ଡିକରେ ସପ୍ତାହାନ୍ତ ସଟ୍ ଡାଉନ ଜାରି ରହିବ । ଏହି ବି କ୍ଯାଟେଗୋରୀ ରେ ଥିବା ଜିଲ୍ଲା ଗୁଡିକ ହେଲା ବାଲେଶ୍ବର, ମୟୁରଭଂଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଏବଂ ନୟାଗଡ ।