ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ଯାଙ୍କ

ନୂଆଦିଲ୍ଲୀ, ୦୫/୦୭: (ସଂକେତ୍ ଟିଭି ) ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ଯାଙ୍କ ସେବା । ଜୁଲାଇରେ ପର୍ବ ପର୍ବାଣି ଓ ଅନ୍ୟାନ୍ୟ ଛୁଟି ସହ ଶନିବାର ଓ ରବିବାର ଅବକାଶକୁ ମିଶାଇ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଜୁଲାଇରେ ପର୍ବପର୍ବାଣି ଯୋଗୁଁ ବ୍ୟାଙ୍କ ୯ ଦିନ ବନ୍ଦ ରହିବ। ଏହା ବାଦ୍ ଶନିବାର ଓ ରବିବାର ଛୁଟି ମଧ୍ୟ ସାମିଲ ହେବ। ତେବେ ଜାଣନ୍ତୁ କେଉଁ କେଉଁ ଦିନ ବ୍ଯାଙ୍କ ସେବା ବନ୍ଦ ରହିବ ।

ଜୁଲାଇ ୪ ତାରିଖ, ରବିବାର – ରବିବାର
ଜୁଲାଇ ୧୦, ଶନିବାର – ଦ୍ୱିତୀୟ ଶନିବାର
ଜୁଲାଇ ୧୧, ରବିବାର – ରବିବାର
ଜୁଲାଇ ୧୨, ସୋମବାର –ରଥଯାତ୍ରା ( ଓଡିଶା), କାଙ୍ଗ ପର୍ବ (ସିକ୍କିମ)
ଜୁଲାଇ ୧୩, ମଙ୍ଗଳବାର – ଭାନୁ ଜୟନ୍ତୀ (ସିକ୍କିମ)
ଜୁଲାଇ ୧୪, ବୁଧବାର – ଦ୍ରୁକପା ତ୍ସେଚି (ସିକ୍କିମ)
ଜୁଲାଇ ୧୬, ଶୁକ୍ରବାର – ହରେଲା ପର୍ବ (ଉତ୍ତରାଖଣ୍ଡ)
ଜୁଲାଇ ୧୭, ଶନିବାର – ଖାରଚି ପୂଜା (ସିଲଂ) ଯୁ ସିରୋଟ ସିଂ ଦିବସ (ଅଗରତାଲା)
ଜୁଲାଇ ୧୮, ରବିବାର – ରବିବାର
ଜୁଲାଇ ୧୯, ସୋମବାର – ଗୁରୁ ରିମ୍ପୋଚଛେ ଥୁଙ୍ଗକର ତ୍ସେଚୁ (ସିକ୍କିମ)
ଜୁଲାଇ ୨୦, ମଙ୍ଗଳବାର – ବକ୍ରିଦ୍
ଜୁଲାଇ ୨୧, ବୁଧବାର – ଇଦ-ଉଲ-ଜୁହା
ଜୁଲାଇ ୨୪, ଶନିବାର – ଚତୁର୍ଥ ଶନିବାର
ଜୁଲାଇ ୨୫, ରବିବାର – ରବିବାର
ଜୁଲାଇ ୩୧, ଶନିବାର – କେର ପୂଜା ( ଅଗରତାଲା)

ତେବେ ଏହି ଛୁଟି ସବୁ ରାଜ୍ୟରେ ଲାଗୁ ହେବନାହିଁ। ରାଜ୍ୟ ଅନୁଯାୟୀ ପର୍ବପର୍ବାଣି ଛୁଟି ହେବ। ସୂଚନା ଅନୁଯାୟୀ, ଆରବିଆଇ ଛୁଟି ସବୁ ରାଜ୍ୟରେ ଏକାସଙ୍ଗେ ଲାଗୁ ହୋଇନଥାଏ। ରାଜ୍ୟ ହିସାବରେ ବ୍ୟାଙ୍କ ଛୁଟି ହୋଇଥାଏ। ସେଥିପାଇଁ ଆରବିଆଇ ଅଫିସିଆଲ ୱେବସାଇଟକୁ ଯାଇ ବ୍ୟାଙ୍କ ଛୁଟି ତାଲିକା ଚେକ କରି ଜାଣି ପାରିବେ କେଉଁ ରାଜ୍ୟରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।