ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ପରଲୋକ

ମୁମ୍ୱାଇ ୦୭।୦୭ : (ସଂକେତ ଟିଭି) ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ପରଲୋକ ଘଟିଛି । ଆଜି(ବୁଧବାର) ସକାଳ ସାଢେ ୭ଟା ସମୟରେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା।

ଶ୍ବାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଜୁନ୍‌ ୨୯ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଜୁନ୍‌ ୩୦ ତାରିଖରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ୍‌ ଆଇସିୟୁରେ ରଖା ଯାଇଥିଲା। ସେ ଆଜି ସକାଳ ୭.୩୦ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ଦିଲୀପ କୁମାର ୧୯୨୨ ଡିସେମ୍ୱର ୧୧ରେ ପାକିସ୍ଥାନର ପେଶୱାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ପ୍ରକୃତ ନାଁ ମହମ୍ମଦ ୟୁସୁଫ ଖାନ ଥିଲା । ପିତାଙ୍କ ନାମ ଲାଲା ଗୁଲାମ ସର୍ବଭ ଖାନ ଏବଂ ମାତାଙ୍କ ନାମ ଆୟେଶା ବେଗମ୍। ତାଙ୍କର ସମୁଦାୟ ୧୨ ଭାଇଭଉଣୀ ଅଛନ୍ତି । ତାଙ୍କ ପିତା ଜଣେ ଫଳ ବିକ୍ରେତା ଥିଲେ। ସେ ପ୍ରାଥମିକ ଶିକ୍ଷା ଦେଓଲାଲିର ବର୍ଣ୍ଣସ୍ ସ୍କୁଲରୁ ଶିକ୍ଷା ଗ୍ରହଣ କରିଥିଲେ। ପିଲାମାନଙ୍କ ପାଇଁ ଭଲ ଭବିଷ୍ୟତ ପାଇଁ ତାଙ୍କ ପରିବାର ୧୯୩୦ ମସିହାରେ ମୁମ୍ବାଇ ଯାଇଥିଲେ । ୟୁସୁଫ ୧୯୪୦ ରେ ପୁଣେ ଯାଇ ସେଠାରେ ଏକ କ୍ୟାଣ୍ଟିନ ଆରମ୍ଭ କରିଥିଲେ, ସେ ଶୁଖିଲା ଫଳ ମଧ୍ୟ ବିକ୍ରି କରୁଥିଲେ । ଛୋଟ ବେଳୁ ରାଜ କପୁରଙ୍କ ସହ ଏକା ସହିତ ବଡ ହୋଇଥିଲେ । ରାଜକପୁର ତାଙ୍କ ପଡ଼ୋଶୀ ଥିଲେ। ପରେ ଦୁହେଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ।

୮୪୩ ମସିହାରେ ଦିଲୀପ ଦେବିକା ରାନୀ ଏବଂ ତାଙ୍କ ସ୍ୱାମୀ ହିମଂଶୁ ରାୟଙ୍କୁ ଭେଟିଥିଲେ । ରାୟ ସେତେବେଳେ ବମ୍ବେ ଟକିଜ୍ ର ମାଲିକ ଥିଲେ ଏବଂ ଦୁହେଁ “ଜୱାର୍-ଭଟା” ରେ ମୁଖ୍ୟ ଭୂମିକା ପାଇଁ ୟୁସୁଫଙ୍କୁ ଚୟନ କରାଯାଇଥିଲା । ୧୯୪୪ରେ ରେ ମୁକ୍ତିଲାଭ କରିଥିଲା ଏହି ଚଳଚିତ୍ର । ଏହି ସମୟ ମଧ୍ୟରେ ସେ ତାଙ୍କ ନାମ ଦିଲୀପ କୁମାରକୁ ପରିବର୍ତ୍ତନ କରିଥିଲେ । ୧୯୪୪ ମସିହାରେଏହିପରି ଭାବରେ ସେ ତାଙ୍କର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ ।

ସେ ହିନ୍ଦି ସିନେମାରେ ପ୍ରଥମ ଖାନ ଭାବରେ ଜଣାଶୁଣା । ଦିଲୀପ କୁମା‌ର ୧୯୪୪ ମସିହାରେ ବମ୍ବେ ଟକିଜ୍ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଜ୍ବାର ଭଟ୍ଟା’ ଫିଲ୍ମରେ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ । ପ୍ରାୟ ପାଞ୍ଚ ଦଶନ୍ଧିର ଅଭିନୟ କ୍ୟାରିୟରରେ ୬୫ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ଦିଲୀପ କୁମା‌ର ଅନ୍ଦାଜ (୧୯୪୯), ଆନ୍ (୧୯୫୨), ଦାଗ୍ (୧୯୫୨), ଦେବଦାସ (୧୯୫୫), ଆଜାଦ (୧୯୫୫), ମୋଗଲ-ଏ-ଆଜମ (୧୯୬୦), ଗଙ୍ଗା ଯମୁନା (୧୯୬୧), ରାମ ଅର ଶ୍ୟାମ ( ୧୯୬୭) ପରି ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି ।

୧୯୭୬ ମସିହାରେ ଦିଲୀପ କୁମା‌ର କାମରୁ ପାଞ୍ଚ ବର୍ଷର ବିରତି ନେଇଥିଲେ । ଏହା ପରେ ୧୯୮୧ ମସିହାରେ ସେ କ୍ରାନ୍ତି ଚଳଚ୍ଚିତ୍ର ସହିତ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ପରେ ୱୋ ଶକ୍ତି (୧୯୮୨), ମଶାଲ (୧୯୮୪), କରମା (୧୯୮୬), ସୌଦାଗର (୧୯୯୧) ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ ଯାହା ୧୯୯୮ ରେ ମୁକ୍ତିଲାଭ କରିଥିଲା ​​।