ଆଇପିଏସ ଅଫିସରସ୍ତରରେ ବଡଧରଣର ଅଦଳବଦଳ, ବଦଳିଲେ ୬ ଏସପି

ଭୂବନେଶ୍ବର ୦୯।୦୭ : (ସଂକେତ୍ ଟିଭି) ରାଜ୍ଯରେ ଆଇପିଏସ ସ୍ତରରେ ବଡଧରଣର ଅଦଳ ବଦଳ ହୋଇଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ଏସ୍.ଦେବ ସିଂହଙ୍କୁ ଆଇଜିପି ହେଡକ୍ବାର୍ଟରରେ ନିଯୁକ୍ତ ଦିଆଯାଇଛି ।ଏସଓଜି କମାଣ୍ଡେଣ୍ଟ ଥିବା ଅଖିଲେଶ୍ବର ସିଂହଙ୍କୁ ଜଗତସିଂହପୁର ଏସପି, ମୟୁରଭଞ୍ଜ ଏସପି ପିଏସ୍ ପୁରୁଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସପି, ନୂଆପଡା ଏସପି ରାହୁଲ ଜୈନଙ୍କୁ ବରଗଡ ଏସପି, ରାଜ୍ଯ ପୋଲିସ ମୁଖ୍ଯାଳୟରେ ଥିବା ପ୍ରତ୍ଯୁଷ ଦିଓ୍ବାକରଙ୍କ ନୂଆପଡା ଏସପି, ମାଲକାନଗିରି ଏସପି କେ.ଆର ଧ୍ଯାନଦେଓଙ୍କୁ ମୟୁରଭଞ୍ଜ ଏସପି, ନବରଙ୍ଗପୁର ଏସପି ଥିବା ପିଏସ ମିନାଙ୍କୁ ମାଲକାନଗିରି ଏସପି ଭାବରେ ନିଯୁକ୍ତି ଦିଆଯାଇଛି ।