ସୁଟିଂ ସେଟ୍ ରୁ ତଡା ଖାଇଥିଲେ ଅଭିନେତା ଅଭିଷକ ବଚ୍ଚନ

ମୁମ୍ବାଇ ୧୭।୦୭ : (ସଂକେତ୍ ଟିଭି) ସୁଟିଂ ସେଟ୍ ରୁ ତଡା ଖାଇଥିଲେ ଅଭିନେତା ଅଭିଷେକ୍ ବଚ୍ଚନ । ତାଙ୍କୁ ଫିଲ୍ମ ‘ପୁକାର’ ର ସେଟରୁ ତଡି ଦିଆଯାଇଥିଲା । ଏହା ଘଟିଥିଲା ୧୯୮୩ ମସିହାରେ ​​।

ଫିଲ୍ମ ପୁକାରକୁ ଅଭିଷେକଙ୍କ ପିଲାଦିନର ସର୍ବୋତ୍ତମ ବନ୍ଧୁ ଗୋଲ୍ଡି ବହଲଙ୍କ ବାପା ରମେଶ ବହଲ ନିର୍ଦ୍ଦେଶନା ଦେଇଥିଲେ ଏବଂ ଅମିତାଭ ବଚ୍ଚନ ଓ ଜିନତ ଅମାନ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଗୋଆରେ ଏହି ଫିଲ୍ମର କ୍ଲାଇମାକ୍ସର ସୁଟିଂ ସମୟରେ ଅଭିଷେକ ବଚ୍ଚନ ଏବଂ ଗୋଲଡି ବେହେଲ ତାହା ଦେଖିବାକୁ ଯାଇଥିଲେ । ସେହି ସମୟରେ ଅଭିଷେକ ବଚ୍ଚନଙ୍କୁ ୫ ବର୍ଷ ହେଉଥିବାବେଳେ ତାଙ୍କ ସାଙ୍ଗ ଗୋଲଡି ବହଲଙ୍କୁ ୬ ବର୍ଷ ହେଉଥିଲା । ସୁଟିଂ ସେଟରେ ଥିବା ନକଲି ଖଣ୍ଡା ଦେଖି ଉଭୟେ ଖେଳିବା ଆରମ୍ଭ କରିଥିଲେ । ଶେଷରେ ଖଣ୍ଡାଟି ଭାଙ୍ଗି ଯାଇଥିଲା । ଏହା ପରେ ଅଭିଷେକ ଓ ଗୋଲଡିଙ୍କୁ ତୁରନ୍ତ ସେଟରୁ ହୋଟେଲକୁ ପଠାଯାଇଥିଲା ।

ସୁଟିଂ ସେଟ୍ ରୁ ତଡା ଖାଇବା ପରେ ଉଭୟେ ଏକାଠି ଫିଲ୍ମ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଘଟଣାର ୧୯ ବର୍ଷ ପରେ, ଉଭୟେ ଏକ ପ୍ରୋଜେକ୍ଟରେ ଏକାଠି କାମ କରିଥିଲେ । ସେହି ସିନେମାର ନାମ ହେଉଛି ‘ବସ ଇତନା ସା ଖ୍ୱାବ୍ ହେ’। ୨୦୦୧ ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଅଭିଷେକ ଅଭିନୟ କରିଥିବାବେଳେ ଗୋଲଡି ବେହଲ ନିର୍ଦେଶନା ଦେଇଥିଲେ ।

ଅଭିଷେକ ବଚ୍ଚନ ୨୦୦୦ ମସିହାରେ ଜେପି ଦତ୍ତଙ୍କ ଫିଲ୍ମ ରିଫ୍ୟୁଜି ସହିତ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅଭିଷେକ ବଣ୍ଟି ଔର ବବଲି, ଦୋସ୍ତାନା, ବୋଲ ବଚ୍ଚନ, ବ୍ଲଫମାଷ୍ଟର!, ଗୁରୁ, ୟୁବା, ଦିଲ୍ଲୀ-୬ , କଭି ଅଲବିଦା ନା କେହନା, ପା ଏବଂ ଧୁମ୍ ଭଳି ଅନେକ ଫିଲ୍ମରେ ଅଭିନୟ କରିଥିଲେ ।

ସେପଟେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସ୍ୱାମୀ ଗୋଲଡି ବହଲ ଫିଲ୍ମ ‘ବସ୍ ଇତନା ସା ଖ୍ୱାବ ହେ’ରୁ ନିର୍ଦ୍ଦେଶନା କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ପରେ ୨୦୦୮ ରେ ଗୋଲ୍ଡି ବହଲ ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ୍ରୋଣ’ର ନିର୍ଦ୍ଦେଶନା ଦେଇଥିଲେ।