EducationLatest

ଜୁଲାଇ ୩୦ରୁ ହେବ ଅଫଲାଇନ୍‌ ମେଟ୍ରିକ ପରୀକ୍ଷା, ବିନା ମାସ୍କରେ ଦେଇପାରିବେ ନାହିଁ ପରୀକ୍ଷା

ଭୂବନେଶ୍ବର ୧୭।୦୭ : (ସଂକେତ୍ ଟିଭି) ଜୁଲାଇ ୩୦ରୁ ଅଫ ଲାଇନ ମେଟ୍ରିକ ପରୀକ୍ଷା ଆରମ୍ଭ ହେବ । ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ। ଜୁଲାଇ ୩୦ରେ ଅଫଲାଇନରେ ମାଟ୍ରିକ୍ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି ।

ଜୁଲାଇ ୩୦ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ । ସେହିପରି ଜୁଲାଇ ୩୧ ତାରିଖରେ ଦ୍ବିତୀୟ ଭାଷା, ଅଗଷ୍ଟ ୨ ତାରିଖରେ ଗଣିତ, ୩ ତାରିଖରେ ସାଧାରଣ ବିଜ୍ଞାନ, ୪ ତାରିଖରେ ସାମାଜିକ ବିଜ୍ଞାନ ଓ ୫ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ସମୟ ଦିଆଯିବ।

ବିନା ମାସ୍କରେ ଛାତ୍ର-ଛାତ୍ରୀମାନେ ପରୀକ୍ଷା ଦେଇ ପାରିବେନାହିଁ। ଏଥିସହ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବାଧ୍ୟତାମୂଳକ। ପରୀକ୍ଷା କେନ୍ଦ୍ରରେ ସ୍ଵତନ୍ତ୍ର ଆଇସୋଲେସନ ରୁମ ରହିବ। ପରୀକ୍ଷା ପୂର୍ବରୁ ଏବଂ ସରିବା ପରେ ଗୃହକୁ ସାନିଟାଇଜ୍ କରାଯିବ। ଅଗଷ୍ଟ ୧୦ରୁ ୧୫ ମଧ୍ୟରେ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଅଗଷ୍ଟ ୨୨ ମଧ୍ୟରେ ରେଜଲ୍ଟ ବାହାରିବ।

ଗଣଶିକ୍ଷା ସଚିବ ସତ୍ୟବ୍ରହ ସାହୁ କହିଛନ୍ତି, ମାଟ୍ରିକ ପରୀକ୍ଷା ପାଇଁ ୧୫,୧୧୫ ଜଣ ଫର୍ମ ପୂରଣ କରିଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୩୧୫ ଫର୍ମ ପୁରଣ ହୋଇଛି। ଜିଲ୍ଲା ଓ ବ୍ଲକ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁଯାୟୀ ମାଟ୍ରିକ ପରୀକ୍ଷା ହେବ। ପରୀକ୍ଷା ଦାୟିତ୍ଵରେ ଥିବା ସବୁ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ।

ଏଣିକି ସିବିଏସଇ ଢାଞ୍ଚାରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମୂଲ୍ୟାୟନ କରାଯିବ। ନବମ ଏବଂ ଦଶମ ପୂରା ବର୍ଷ ଆସେସମେଣ୍ଟ ପରୀକ୍ଷା ଚାଲିବ। ବର୍ଷକରେ ୪ଟି ଫର୍ମେଟିଭ୍ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ। ସେପ୍ଟେମ୍ବର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା କରାଯିବ। ସେହି ପରି ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ ପରୀକ୍ଷା। ଆସେସମେଣ୍ଟ ପରୀକ୍ଷା ସରିଲେ ବାର୍ଷିକ ପରୀକ୍ଷା ଆୟୋଜିତ ହେବ। ଯଦି କୋଭିଡ୍ କାରଣରୁ ପରୀକ୍ଷା ନହୁଏ ତେବେ ଉକ୍ତ ପରୀକ୍ଷାର ଫଳାଫଳ ଅନୁସାରେ ରେଜଲ୍ଟ ଘୋଷଣା କରାଯିବ। ଶ୍ରେଣୀ ଶିକ୍ଷକଙ୍କ ଦ୍ଵାରା ଆସେସମେଣ୍ଟ ପରୀକ୍ଷା ପରିଚାଳନା କରାଯିବ।