Latest

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୧୫ କରୋନା ପଜିଟିଭ୍ ଚିହ୍ନଟ

ଭୂବନେଶ୍ୱର ୧୮।୦୭ : (ସଂକେତ୍ ଟିଭି) ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୧୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୪୩୨୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭୨ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୯୪୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୯ଜଣ, ବାଲେଶ୍ୱର ଜିଲ୍ଲାରୁ ୧୫୦ଜଣ, ବରଗଡ଼ ଜିଲ୍ଲାରୁ ୧୪ଜଣ, ଭଦ୍ରକ ଜିଲ୍ଲାରୁ ୭୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮ଜଣ, ବୌଦ୍ଧ ଜିଲ୍ଲାରୁ ୧୬ଜଣ, କଟକ ଜିଲ୍ଲାରୁ ୩୪୮ଜଣ, ଦେଓଗଡ଼ ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ୫୪ଜଣ, ଗଜପତି ଜିଲ୍ଲାରୁ ୧୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୨ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୬ଜଣ, ଯାଜପୁର ଜିଲ୍ଲାରୁ ୧୨୪ଜଣ, ଝାରସୁଗୁଡ଼ା ଜିଲ୍ଲରାୁ ୧୦ଜଣ, କଳାହାଣ୍ଡି ଜିଲ୍ଲାରୁ ୫ଜଣ, କନ୍ଧମାଳ ଜିଲ୍ଲାରୁ ୧୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୫ଜଣ, କେନ୍ଦୁଝର ଜିଲ୍ଲାରୁ ୪୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୮୩ଜଣ, କୋରାପୁଟ ଜିଲ୍ଲାରୁ ୧୦ଜଣ, ମାଲକାନାଗିରି ଜିଲ୍ଲାରୁ ୨୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ନୟାଗଡ଼ ଜିଲ୍ଲାରୁ ୬୯ଜଣ, ନୂଆପଡ଼ା ଜିଲ୍ଲାରୁ ୫ଜଣ, ପୁରୀ ଜିଲ୍ଲାରୁ ୮୪ଜଣ, ରାୟଗଡ଼ା ଜିଲ୍ଲାରୁ ୨୯ଜଣ, ସମ୍ବଲପୁର ଜିଲ୍ଲାରୁ ୪୧ଜଣ, ସୋନପୁର ଜିଲ୍ଲାରୁ ୧୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୩ଜଣ, ଷ୍ଟେଟ ପୁଲ୍‌ରୁ ୧୦୦ଜଣ ରହିଛନ୍ତି ।

https://twitter.com/IPR_Odisha/status/1416595150021611531?s=20