ତାଲସାରିର ହୋଟେଲରେ ବେଧଡକ ଚାଲିଛି ଦେହ ବ୍ୟବସାୟ, ପର୍ଦ୍ଦାଫାଶ କଲା ଷ୍ଟିଙ୍ଗ ଅପରେସନ୍

ବାଲେଶ୍ୱର ୧୮।୦୭ : (ସଂକେତ୍ ଟିଭି) ବାଲେଶ୍ବର ଜିଲ୍ଲା ତାଲସାରି ବେଳାଭୂମୀରେ ଧିରେ ଧିରେ ପର୍ଯ୍ଯଟକଙ୍କ ସଂଖ୍ଯା ବୃଦ୍ଧି ପାଉଥିବାବେଳେ ଏଠାରେ ଥିବା କିଛି ହୋଟେଲରେ ବେଧଡକ ଚାଲିଛି ଦେହ ବ୍ଯବସାୟ । କିଛି ଦିନ ପୂର୍ବରୁ ଆମର କ୍ଯାମେରା ଟିମ୍ ଏହି ବେଳାଭୂମୀରେ ଥିବା ଏକ ହୋଟେଲ ଉପରେ ଷ୍ଟିଙ୍ଗ ଅପରେସନ କରିଥିଲେ ।

ଆମ ରିପୋର୍ଟର ଗ୍ରାହକ ସାଜି ସମୁଦ୍ର କୂଳରେ ଥିବା ଏକ ହୋଟେଲକୁ ଯାଇ ଷ୍ଟିଙ୍ଗ ଅପରେସନ କରିଥିଲେ । ଦେଖିଲେ ତାଜ୍ଜୁବ ହୋଇଯାଇଥିଲେ ଯେ ହୋଟେଲର ପ୍ରତି ରୁମରେ ଜଣେ ଲେଖାଏଁ ଯୁବତୀଙ୍କୁ ସଜେଇ ରଖାଯାଇଥିଲା । ଗ୍ରାହକ ଆସିଲେ ସେମାନଙ୍କୁ ପ୍ରତି ରୁମ୍ କୁ ନିଆଯାଇ ଦେଖାଯାଇଥାଏ । ଗ୍ରାହକଙ୍କ ପସନ୍ଦ ଯେଉଁ ଯୁବତୀ ଉପରେ ଆସିଥାଏ , ତାପରେ ହୋଟେଲର ମ୍ଯାନେଜର ଡିଲ୍ କରିଥାନ୍ତି ।

୧୫ ମିନିଟ୍, ୬୦ ମିନିଟ୍ ଓ ୩୬୦ ମିନିଟ୍ ଅର୍ଥାତ୍ ୬ ଘଣ୍ଟା କିମ୍ବା ରାତିକ ପାଇଁ ଏହି ଡିଲ୍ ହୋଇଥାଏ । ୧୫ ମିନିଟ୍ ପାଇଁ ଅତି କମ୍ ରେ ୮୦୦ ଟଙ୍କା ନିଆଯାଉଥିବାବେଳେ ଘଣ୍ଟାଏ ପାଇଁ ନେଇଥାନ୍ତି ୧୫୦୦ ଟଙ୍କା । ସେହିପରି ୬ ଘଣ୍ଟା କିମ୍ବା ରାତିକ ପାଇଁ ରେଟ୍ ହେଉଛି ୫ ହଜାର ଟଙ୍କା । ହୋଟେଲରେ ପ୍ରାୟ ୧୫ ଜଣ ଯୁବତୀ ଥିବା ଦେଖିବାକୁ ମିଳିଥିଲା ।

ଏଠି ପ୍ରାୟତଃ ବଙ୍ଗାଳି ଓ ଓଡିଆ ଯୁବତୀମାନେ ରୂପଜୀବୀ ଭାବେ କାମ କରୁଛନ୍ତି । ବିଭିନ୍ନ ବୟସର ବିବାହିତ ଏବଂ ଅବିବାହିତ ଯୁବତୀଙ୍କୁ ଏହି ବେଆଇନ କାମରେ ଲଗାଯାଉଛି ।

ଆମ ରିପୋର୍ଟରଙ୍କୁ ଦେହ ବେପାର କରୁଥିବା ଯୁବତୀମାନେ କେଉଁଠାରୁ ଓ କେଉଁ ପରିସ୍ଥିତିରେ ଏଠିକି ଆସିଛନ୍ତି ବଖାଣିଥିଲେ । ଆମ ନ୍ୟୁଜ ଟିମ୍ ହୋଟେଲ କର୍ମଚାରୀଙ୍କଠାରୁ ଆରମ୍ଭ କରି, ମ୍ୟାନେଜରଙ୍କ ସହ ବି କଥା ହୋଇଥିଲା ।

ପ୍ରଶ୍ନ ଉଠୁଛି ତାଳସାରୀରେ ଏହି କାରବାର ଦୀର୍ଘ ଦିନ ହେଲା ଚାଲୁଥିଲେ ବି ପୋଲିସ ଜାଣିପାରି ନାହିଁ କେମିତି ? ପୋଲିସ ସଲାସୁତୁରାରେ ଚୁପ ରହିଛି କି? ସ୍ଥାନୀୟ ଲୋକେ ମଧ୍ଯ ଭୟରେ ମୁହଁ ଖୋଲନ୍ତି ନାହିଁ । ତେବେ ଏହି ଷ୍ଟିଙ୍ଗ ଅପରେସନର ସଂପୂର୍ଣ୍ଣ ଭିଡିଓ ପରବର୍ତ୍ତି ସମୟରେ ପ୍ରକାଶ ପାଇବ ।