CulturalLatest

ପଶ୍ଚିମଓଡିଶାର ଶ୍ରୀକ୍ଷେତ୍ର ଭଟଲି ଶ୍ରୀ ଦଧିବାମନ ମନ୍ଦିରରେ ଅନୁଷ୍ଠିତ ହେଲା ବାହୁଡା ଯାତ୍ରା

ଭଟଲି ୨୦।୦୭: (ସଂକେତ୍ ଟିଭି) ପଶ୍ଚିମଓଡିଶାର ଶ୍ରୀକ୍ଷେତ୍ର ଭଟଲି ଶ୍ରୀ ଦଧିବାମନ ମନ୍ଦିରରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ କଟକଣା ଯୋଗୁଁ ମନ୍ଦିର ଭିତରେ ପ୍ରତିକାତ୍ମକ ଭାବରେ ପ୍ରଭୂ ଦଧିବାମନଙ୍କ ବାହୁ଼ଡା ଯାତ୍ରା ସଂପନ୍ନ ହୋଇଥିଲା । ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀକୁ ଦଧିବାମନ ବାହୁଡ଼ିଛନ୍ତି।

ଆଜି ମହାପ୍ରଭୂଙ୍କ ଦୈନିକ ପୂଜାନୀତି ଓ ସକାଳ ଧୂପ ଭୋଗ ଲାଗି ହେବା ପରେ ପ୍ରଭୂ ଦଧିବାମନଙ୍କ ପହଣ୍ଡି ବିଜେ କରାଯାଇଥିଲା । ଦଧିବାମନ ମନ୍ଦିରରୁ ରଥ କଳ୍ପନା କରାଯାଇ ମନ୍ଦିର ଭିତର ବେଢାରେ ଶ୍ରୀଜୀଉଙ୍କୁ ତିନି ଥର ପରିକ୍ରମା କରାଯାଇ ପହଣ୍ଡି ବିଜେ କରାଯାଇଥିଲା। ଏହା ପରେ ରଥ ଉପରେ ପରଂପରା କ୍ରମେ ହୋଇଆସୁଥିବା ପଞ୍ଚୋପଚାର ପୂଜା ଓ ମଙ୍ଗଳ ଆରତି କରାଯାଇଥିଲା । ପରେ ରଥଟଣା ବାଦ୍ଯ ବଜାଇ ସାଙ୍କେତିକ ଭାବରେ ରଥଟଣା ଅନୁଷ୍ଠିତ ହୋଇଥିଲା । ଭକ୍ତ ବିହୁନେ ରତ୍ନବେଦୀକୁ ଫେରିଥିଲେ ଦଧିବାମନ । ବିନା ଭକ୍ତରେ କେବଳ ମନ୍ଦିର ସେବାୟତମାନେ ଏହି ନୀତିକାନ୍ତି ସଂପନ୍ନ କରିଥିଲେ ।