ବାଲେଶ୍ବର ଚେମ୍ବର ଅଫ କମର୍ସର ନୂଆ ସଭାପତି ହେଲେ ସଞ୍ଜୟ ଦାସ

ବାଲେଶ୍ବର ୩।୮: (ସଂକେତ ଟିଭି) ବାଲେଶ୍ବର ଚେମ୍ବର ଅଫ ଇଣ୍ଡଷ୍ଟ୍ରିଜ ଏଣ୍ଡ କମର୍ସ (ବିସିଆଇସି)ର ସଭାପତି ହେଲେ ସଞ୍ଜୟ ଦାସ । ତାଙ୍କୁ ମଧ୍ଯବର୍ତ୍ତିକାଳୀନ ସଭାପତି ନିଯୁକ୍ତ କରାଯାଇଛି । ଗତକାଲି ସନ୍ଧ୍ଯାରେ ସଂଘର ସାଧାରଣ ପରିଷଦ ବୈଠକରେ ଶ୍ରୀ ଦାସଙ୍କୁ ପରବର୍ତ୍ତୀ ନିର୍ବାଚନ ପର୍ଯ୍ଯନ୍ତ ମଧ୍ଯବର୍ତ୍ତିକାଳୀନ ସଭାପତି ନିଯୁକ୍ତ କରିବା ପାଇଁ ସର୍ବସମ୍ବତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାଯୋଗ୍ଯ ଯେ, ସଂଘର ପ୍ରତିଷ୍ଠାତା ସଭାପତି ଶ୍ରୀ ହିମାଂଶୁ ଦାସଙ୍କ ନିଧନ ପରେ ଏହି ସଭାପତି ପଦବୀ ଖାଲି ପଡିଥିଲା । ତେବେ ସଂଘର ଆଗାମୀ ନିର୍ବାଚନ ଆସନ୍ତା ବର୍ଷ ଜୁନ କିମ୍ବା ଜୁଲାଇ ମାସରେ ଅନୁଷ୍ଠିତ ହେବ । ତେବେ ସଂଘର ପରିଚାଳନା ସୁରୁଖୁରୁ ଢଙ୍ଗରେ କରିବା ପାଇଁ ଜଣେ ମଧ୍ଯବର୍ତ୍ତିକାଳୀନ ସଭାପତି ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହିକ୍ରମରେ ସୋମବାର ସଂନ୍ଧ୍ଯାରେ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା । ଏଥିରେ ସ୍ବର୍ଗତ ଶ୍ରୀ ହିମାଂଶୁ ଦାସଙ୍କ ଜୈଷ୍ଠପୁତ୍ର ସଞ୍ଜୟ ଦାସଙ୍କୁ ମଧ୍ଯବର୍ତ୍ତିକାଳୀନ ସଭାପତି ନିଯୁକ୍ତ କରାଯାଇଥିଲା ।