୧ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୬ ଅଭିଯୁକ୍ତ ଗିରଫ

କଟକ ୯/୦୮: (ସଂକେତ୍ ଟିଭି) କଟକରୁ ପୁଣି ଜବତ ହେଲା ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର । ଏହି ବ୍ରାଉନସୁଗର କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ଅଭିଯୁକ୍ତମାନେ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ବିଭିନ୍ନ ଅଞ୍ଚଳରେ ବିକୁଥିଲେ। ଜବତ ହୋଇଥିବା ବ୍ରାଉନସୁଗର ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ବିକ୍ରି ହୋଇଥାନ୍ତା। ହେଲେ ସ୍ପେଶାଲ ସ୍କ୍ବାଡ୍ ଓ କଟକ ଲାଲବାଗ ଥାନା ପୋଲିସ ମିଳିତ ଅପରେସନରେ ଏହା ଜବତ କରାଯାଇଛି । ତେବେ ଗତ ୫ମାସରେ କଟକ ସହରରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ ହୋଇସାରିଲାଣି । ଏହି ବ୍ରାଉନସୁଗର କୋଲକାତା ପଟୁ ଜଳେଶ୍ୱର, ବାଲେଶ୍ୱର ଦେଇ ବିଭିନ୍ନ ଅଞ୍ଚଳକୁ ଯାଉଛି। ଏହାସହ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଏନେଇ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଗକୁ ଟ୍ୱିନସିଟିକୁ ନିଷିଦ୍ଧ ଡ୍ରଗ୍ସମୁକ୍ତ କରିବା ପାଇଁ କମିସନରେଟ ପୋଲିସ ଲକ୍ଷ୍ୟ ରଖିଥିବା ପୋଲିସ କମିସନର କହିଛନ୍ତି।