ଅଢେଇ ଘଣ୍ଟାର ବର୍ଷାରେ ଉବୁଡୁବୁ ବାଲେଶ୍ବର ସହର

ବାଲେଶ୍ବର ୧୧/୦୮: (ସଂକେତ୍ ଟିଭି) ବର୍ଷାରେ ବାଲେଶ୍ବର ସହର ବେହାଲ । ଅଢେଇଘଣ୍ଟାର ଲଗାତାର ବର୍ଷାରେ ବାଲେଶ୍ବର ସହର ଉବୁଡୁବୁ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ରୁ ଛାତିଏ ଉଚ୍ଚର ପାଣି ଚାଲିବା ଯୋଗୁଁ ଜନଜୀବନ ସଂପୂର୍ଣ୍ଣ ରୂପେ ବ୍ଯାହତ ହୋଇଛି । ଜଳନିଷ୍କାସନ ପାଇଁ ଅଗ୍ନୀଶମ ବାହୀନି ନିୟୋଜିତ ହୋଇଛନ୍ତି ।

ସହରର ମୁଖ୍ଯପେଣ୍ଠସ୍ଥଲୀ ଫାଣ୍ଡିଛକରେ ନ୍ଯୁମାର୍କେଟ୍ କମ୍ପେ୍ଲକ୍ସରେ ପାଣି ପଶିଯିବା ଯୋଗୁଁ ଦମକଳ ବିଭାଗର ଗାଡି ଆସି ଜଳ ନିଷ୍କାସନ କରିଥିଲେ । ଛାତିଏ ଉଚ୍ଚର ପାଣି ଜମା ହୋଇଥିବାବେଳେ ଏହି କମ୍ପ୍ଲେକ୍ସରେ ଥିବା ଦୋକାନ ଗୁଡିକ ଭିତରେ ପାଣି ପଶିଯାଇଥିଲା ।

ସହରର ଚିଡିଆପୋଲ ନିକଟରେ ଥିବା କିଛି ଦୋକାନ ଏବଂ ଜଳଖିଆ ଦୋକାନରେ ଦୁଇ ଫୁଟର ପାଣି ପ୍ରବାହିତ ହୋଇଥିଲା । ପମ୍ପ ସେଟ୍ ବ୍ୟବହାର କରି ଅଗ୍ନିଶମ ବିଭାଗ ଜଳନିଷ୍କାସନ କରିଥିଲା । ମୋତିଗଞ୍ଜ ଏବଂ କଂଗ୍ରେସ ଗଳିରେ ଆଣ୍ଠୁଏ ପାଣି ଜମି ରହିଥିଲା । ସେହିପରି ବାଲେଶ୍ବର ଡାକ୍ତରଖାନାରେ ମଧ୍ଯ ଡ୍ରେନଜ୍ ବ୍ଯବସ୍ଥା ଠିକ୍ ନ ଥିବାରୁ ସେଠାରେ ମଧ୍ଯ ଜଳନିଷ୍କାସନ ହୋଇନପାରି ପାଣି ଜମି ରହିଥିଲା । ଏହା ସହିତ ସହରର ତଳିଆ ଅଞ୍ଚଳରେ ମଧ୍ୟ ପାଣି ଚାଲୁଛି ।