ଓଡ଼ିଶା ହକି ଷ୍ଟାର ବିରେନ୍ଦ୍ର ଓ ରୋହିଦାସଙ୍କୁ ମିଳିଲା ଅଢେଇ କୋଟି ଟଙ୍କାର ଚେକ୍ ଓ ଡିଏସପି ପଦବୀ

ଭୂବନେଶ୍ବର ୧୧/୦୮: (ସଂକେତ୍ ଟିଭି) ଟୋକିଓ ଅଲମ୍ପିକ୍ସରେ ଦମଦାର ଖେଳ ଦେଖାଇଥିବା ପୁରୁଷ ହକି ଟିମର ଉପ ଅଧିନାୟକ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଓଡ଼ିଶା ପୋଲିସରେ ଡିଏସପି ପଦବୀର ଅଫର ଲେଟର ପ୍ରଦାନ କରାଯାଇଛି ।

କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଏହି ଅଫର ଲେଟର ପ୍ରଦାନ କରିଥିଲେ । ଏହା ସହିତ ମୁଖ୍ଯମନ୍ତ୍ରୀ ପୁରୁଷ ଓ ମହିଳା ଭାରତୀୟ ହକି ଟିମର ଓଡ଼ିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଦୁଇ ମହିଳା ଖେଳାଳି ଦିପ୍ ଗ୍ରେସ ଓ ନମିତା ଟୋପେଙ୍କୁ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ପୁରୁଷ ହକି ଟିମର ସଦସ୍ୟ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ଅଢେଇ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା, ଓଡ଼ିଶା ହକି ପ୍ରମୋଶନ କାଉନସିଲର ଅଧକ୍ଷ ଦିଲୀପ ତିର୍କୀ, 5-T ସଚିବ ଭି. କେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର୍ ଭିନିଲ୍ କ୍ରିଷ୍ଣା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।